ଭୁବନେଶ୍ୱର, ଡିସେମ୍ବର ୧୯(ଲୋକାଲ ୱାୟାର): ଦୁଇଦିନ ତଳେ ପାଠାଗାରକୁ ନେଇ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଓଲିଉଡ କୁଇନ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।
‘ଆମ ପାଠାଗାର-ବହି ନୁହେଁ ବନ୍ଧୁଟିଏ’ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଦାଶିଆ ଅଜା(ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ)ଙ୍କ ଦ୍ୱାରା କଳ୍ପନା କରାଯାଇଥିବା ଓଡ଼ିଶାର ପାଠାଗାର ଆନ୍ଦୋଳନକୁ ପୁନର୍ବାର ପ୍ରଜ୍ଜ୍ୱଳିତ କରିବା ପାଇଁ ପ୍ରଚେଷ୍ଟା କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି, ଏହି ଆନ୍ଦୋଳନ ବା ଅଭିଯାନ କେବଳ ଆପଣମାନଙ୍କର ଆଶୀର୍ବାଦ ଏବଂ ସାହାଯ୍ୟ ଦ୍ୱାରା ହିଁ ସଫଳ ହୋଇପାରିବ ।
ଆପଣଙ୍କ ପାଖରେ ଥିବା ଦାନ କରିବା ଯୋଗ୍ୟ ପୁସ୍ତକ ଏହି ଅଭିଯାନକୁ ଦାନ କରିବା ସହିତ ଆପଣ ଜାଣିଥିବା ବଦାନ୍ୟ ବ୍ୟକ୍ତିଙ୍କୁ ଏହି ବାର୍ତ୍ତା ପ୍ରେରଣ କରିବାକୁ ଅନୁରୋଧ ।
ଯଦି ଦାନ କରିବା ପାଇଁ ଚାହାଁନ୍ତି ତେବେ ୮୧୧୪୯୮୦୫୩୧ ନମ୍ବରରେ କଲ୍ କିମ୍ବା ମେସେଜ୍ କରନ୍ତୁ । ଏ ସମ୍ପର୍କରେ ବର୍ଷା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
ଲୋକାଲ ୱାୟାର
Leave a Reply