କେନ୍ଦ୍ରାପଡ଼ା, ଡିସେମ୍ବର ୪(ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ନିକଟରେ ବୁଧବାର ଅପରାହ୍ଣରେ ବାଇକରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ଜଣଙ୍କ ପକେଟରେ ଥିବା ଏକ ମୋବାଇଲ ଫୋନ୍ ଫାଟିଯିବାରୁ ଯୁବକ ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସେମାନଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଜିଲ୍ଲାର ଆଳି ଥାନା ମହାଦେଈପାଟଣାର ଚନ୍ଦ୍ରମଣି ସେଠୀ ଓ ରାଜନଗର ଥାନା ଦାରୁହୁରା ଗ୍ରାମର ରାଜକିଶୋର ରାଉତ ଅପରାହ୍ଣରେ କେନ୍ଦ୍ରାପଡ଼ାରୁ କଟକ-ଚାନ୍ଦବାଲି ରାସ୍ତା ଦେଇ ଘରକୁ ଫେରୁଥିଲେ ।

କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗରାପୁରଠାରେ ଚନ୍ଦ୍ରମଣିଙ୍କ ପକେଟରେ ଥିବା ଏକ ମୋବାଇଲ ଫୋନ୍ ବିସ୍ଫୋରଣ କରିଥିଲା ।

ଫଳରେ ଉଭୟ ଚନ୍ଦ୍ରମଣି ଓ ରାଜକିଶୋର ଆହତ ହୋଇଛନ୍ତି । ସେମାନଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଲୋକାଲ ୱାୟାର