ଭଦ୍ରକ, ଏପ୍ରିଲ ୮(ଲୋକାଲ ୱାୟାର): କରୋନା ସଂକ୍ରମଣ ସମୟରେ ବି ବ୍ରାଉନସୁଗର ବେପାରୀ ସକ୍ରିୟ ରହିଛନ୍ତି ।
ଭଦ୍ରକ ସହରରେ ବାଇକ ଚେକିଂ ବେଳେ ୩୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିବା ବେଳେ ଯୁବକ ଚମ୍ପଟ ମାରିଥିବା ବୁଧବାର ଜଣେ ଅଧିକାରୀ କହିଛନ୍ତି ।
କରୋନା କଟକଣା ଉଲ୍ଲଂଘନ କରି ରାସ୍ତାକୁ ବାହାରୁଥିବା ବାଇକ ଓ ଚାରି ଚକିଆ ଗୁଡ଼ିକୁ ଜବତ କରିବାକୁ ମଙ୍ଗଳବାର ଭଦ୍ରକ ସହରରେ ପୁଲିସ ବ୍ୟାପକ ଧରପଗଡ଼ ଚଲାଇଥିଲା ।
ପ୍ରାୟ ୨୯୦ଟି ବାଇକ ଜବତ ହୋଇଥିଲା ଏବଂ ଅନେକ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା ।
ବାଇକ ପିଛା ୨ ହଜାର ଏବଂ ୪ ଚକିଆ ପାଇଁ ୫ ହଜାର ଟଙ୍କା ଜରିମାନା ଆଦାୟ ହେଉଥିଲା ।
ଯେଉଁ ଲୋକମାନେ ଜରିମାନା ଦେଇ ପାରି ନଥିଲେ ସେମାନଙ୍କ ବାଇକ ଗୁଡ଼ିକ ଥାନାକୁ ଅଣାଯାଇଥିଲା ।
ଥାନା ପରିସରରେ ଥିବା ଏକ ବାଇକରେ ବ୍ରାଉନସୁଗର ପ୍ୟାକେଟ ଥିବା ପୁଲିସ ଦେଖିବାକୁ ପାଇଥିଲା ।
ଉକ୍ତ ବାଇକଟି ବନ୍ତ ଛକରେ ଚେକିଂ ବେଳେ ଜବତ ହୋଇଥିଲା । ବାଇକ ମାଲିକ ଆଜି ଜରିମାନା ଦାଖଲ କରି ବାଇକ ନେବାର ଥିଲା ।
ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣେ ଅଧିକାରୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply