ଭୁବନେଶ୍ୱର, ଫେବ୍ରୁଆରୀ ୧୫(ଲୋକାଲ ୱାୟାର): ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ଙ୍କ ପ୍ରସ୍ତାବିତ ବାଇ-ଲକୁ ନେଇ ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଲୋକଙ୍କୁ ଭ୍ରମିତ କରାଯାଉଥିବା କହିଛନ୍ତି ।
ସେ କହିଛନ୍ତି, ଏଏସଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଇ ଡିପିଆର ମଗା ଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନାହାନ୍ତି ।
ମନ୍ଦିରର ୩ ଶହ ମିଟର ମଧ୍ୟରେ ଅନୁମତି ନେଇ ନିର୍ମାଣ କାମ କରିହେଉଥିଲେ ମଧ୍ୟ ରାଜ୍ୟ ସରକାର ଲୋକଙ୍କୁ ମିଥ୍ୟା କହୁଛନ୍ତି ।
ବାଇ-ଲ ରେ କୌଣସି ଜନବିରୋଧୀ ପ୍ରସ୍ତାବ ନାହିଁ, ବରଂ ଯାହା ଅଛି ତାହା ରାଜ୍ୟ ସରକାରଙ୍କ ଜ୍ଞାତସାରରେ ରହିଛି ।
ସେବାୟତ କିମ୍ବା ଅନ୍ୟ କେହି କ୍ଷତିଗ୍ରସ୍ତ ହେବେନି । ୭୫ ମିଟର ପରିିଧିରେ ଥିବା ଘର, ମଠ ଓ ମନ୍ଦିର ଅଧିଗ୍ରହଣ ସହ କ୍ଷତିପୂରଣ ଦିଆଯାଇଛି ।
୧୦୦ ମିଟର ପରେ ୩୦୦ ମିଟର ମଧ୍ୟରେ ଅନୁମତି ନେଇ ପୁନଃନିର୍ମାଣ ହୋଇପାରିବ ।
ଅପରପକ୍ଷରେ ପୁରୀ ଓ ଭୁବନେଶ୍ୱରରେ କାମ କରିବାକୁ କୌଣସି ଅଭିଜ୍ଞତା ନ ଥିବା ନୋଏଡ଼ାର ଆର୍କହମ୍ ଏବଂ ବାଙ୍ଗାଲୋରର ଭୂମିପଚ୍ର ଫାର୍ମକୁ କାହିଁକି ଦାୟିତ୍ୱ ଦିଆଯାଇଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।
ଲୋକାଲ ୱାୟାର
Leave a Reply