ଭୁବନେଶ୍ୱର, ନଭେମ୍ବର ୨୪(ଲୋକାଲ ୱାୟାର): ଭୁବନେଶ୍ୱରରେ ବିଧାନସଭା ସମ୍ମୁଖରେ ମଙ୍ଗଳବାର ଏକ ଦମ୍ପତି ଆାତ୍ମାହୁତି ଉଦ୍ୟମ କରିବା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆସନ୍ତାକାଲି ଗୃହରେ ବିବୃତି ରଖିବେ ବୋଲି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି ।
ମଙ୍ଗଳବାର ବିଧାନସଭା ସମ୍ମୁଖରେ ଡିଜେଲ ଢାଳି ହୋଇ ଆତ୍ମାହୁତି ଦେବାକୁ ନୟାଗଡ଼ ଅଞ୍ଚଳର ସ୍ୱାମୀ-ସ୍ତ୍ରୀ ଉଦ୍ୟମ କରିଥିଲେ ।
ସେମାନଙ୍କ ଝିଅକୁ ତିନି ମାସ ତଳେ ହତ୍ୟା କରାଯାଇଥିଲେ ମଧ୍ୟ ପୁଲିସ ନ୍ୟାୟ ଦେଉ ନଥିବା ସେମାନେ ଅଭିଯୋଗ କରିଥିଲେ ।
ଏପରିକି ଏହି ଘଟଣାରେ ଅଭିଯୁକ୍ତଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୁରକ୍ଷା ଦେଇଥିବା ଏହି ଦମ୍ପତି ଅଭିଯୋଗ କରିଥିଲେ । ବିଧାନସଭା ସମ୍ମୁଖରେ ଉପସ୍ଥିତ ପୁଲିସ ଦମ୍ପତିଙ୍କୁ ଆତ୍ମାହୁତିରୁ ଅଟକାଇବାରେ ସଫଳ ହୋଇଥିଲେ ।
ଏହି ପ୍ରସଙ୍ଗରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁରନ୍ତ ଗୃହରେ ବିବୃତି ରଖନ୍ତୁୁ ବୋଲି କଂଗ୍ରେସ ଓ ବିଜେପି ବିଧାୟକମାନେ ଦାବି କରିଥିଲେ । ଏହା ପରେ ବାଚସ୍ପତି ରୁଲିଂ ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply