ଭୁବନେଶ୍ୱର, ସେପ୍ଟେମ୍ବର ୧୬ (ଲୋକାଲ ୱାୟାର) : ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ମଙ୍ଗଳବାର ଓଡ଼ିଶା ବୟନିକା ପ୍ରସ୍ତୁତ ସମ୍ବଲପୁରୀ ମାସ୍କ ଓଡ଼ିଶାର ଭାଜପା ସାଂସଦମାନେ ପ୍ରଦାନ କରିଛନ୍ତି ।
ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଭାଜପା ସାଂସଦ ନୀତିଶ ଗଙ୍ଗଦେବ, ବସନ୍ତ ପଣ୍ଡା ଓ ବିଶେଶ୍ୱର ଟୁଡୁ ପ୍ରମୁଖ ବାଚସ୍ପତି ଶ୍ରୀ ବିର୍ଲାଙ୍କୁ ଭେଟି ସମ୍ବଲପୁରୀ ମାସ୍କ ଦେଇଥିଲେ ।
ସୋମବାର ସଂସଦ କେନ୍ଦ୍ରୀୟ କକ୍ଷରେ ୫ ଶହ ସାଂସଦଙ୍କୁ ମାସ୍କ ପ୍ରଦାନ କରିଥିଲେ ସାଂସଦ ଶ୍ରୀ ପୂଜାରୀ ।
ଲୋକାଲ ୱାୟାର
Leave a Reply