ଭୁବନେଶ୍ୱର, ନଭେମ୍ବର ୫(ଲୋକାଲ ୱାୟାର): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶାରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କରିଥିବା ବେଳେ ବାଣ ବିକ୍ରିକୁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ୱାମୀ ଚିଠି ଲେଖିଛନ୍ତି ।
ସେ ଲେଖିଛନ୍ତି, ତାମିଲନାଡ଼ୁର ଶିବକାଶୀରେ ମୁଖ୍ୟତଃ ଗ୍ରୀନ୍-ବାଣ ପ୍ରସ୍ତୁତ କରାଯାଉଛି, ଯାହାଦ୍ୱାରା କି ପ୍ରଦୂଷଣର ଆଶଙ୍କା କମ୍ । ଦେଶରେ ହେଉଥିବା ବାଣ ଉତ୍ପାଦନର ୯୦% କେବଳ ତାମିଲନାଡ଼ୁରେ ହିଁ ହେଉଛି ।
ଏଥିରେ ପ୍ରତ୍ୟକ୍ଷ ଭାବେ ୪ ଲକ୍ଷ ଏବଂ ପରୋକ୍ଷ ଭାବେ ୪ଲକ୍ଷ ଲୋକ ସଂପୃକ୍ତ ଅଛନ୍ତି । ବାଣ ବିକ୍ରିରେ ମଧ୍ୟ ୮ ଲକ୍ଷ ଲୋକ ଜଡ଼ିତ ।
ବାଣ ବିକ୍ରି ବନ୍ଦ ହୋଇଗଲେ ଏସବୁ ପରିବାରଗୁଡ଼ିକର ଜୀବିକା ବିପନ୍ନ ହୋଇପଡ଼ିବ ବୋଲି ପାଲାନିସ୍ୱାମୀ ଦର୍ଶାଇଛନ୍ତି । ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ଏହି ଅନୁରୋଧ କରି ଅନ୍ୟ ଏକ ପତ୍ର ଲେଖିଛନ୍ତି ।
ଲୋକାଲ ୱାୟାର
Leave a Reply