ଅନୁଗୁଳ,ଜାନୁଆରୀ ୨୮(ଲୋକାଲ ୱାୟାର): ଅନୁଗୁଳ ଜିଲ୍ଲାର ବନ୍ତଳା ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ମଙ୍ଗଳବାର ସକାଳେ ୨ଜଣ ପ୍ରାଣ ହରାଇଥିବା ସ୍ଥାନୀୟ ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।
ବନ୍ତଳା ବନ ଖଣ୍ଡ ଅନ୍ତର୍ଗତ କାଞ୍ଜା ଗ୍ରାମ ନିକଟରେ ବାରହା ଶିକାର ପାଇଁ କେତେକ ଶିକାରୀ ବିଦ୍ୟୁତ ତାରର ଫାଶ ବିଛାଇଥିଲେ ।
ତେବେ ଦୁର୍ଭାଗ୍ୟକୁ ସେହି ଗ୍ରାମର ଲୁଲୁ ବିଶ୍ୱାଳ ଏବଂ ଛବିନ୍ଦ୍ର ଗଡନାୟକ ଫାଶର ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ।
ଲୁଲୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଛବିନ୍ଦ୍ରଙ୍କୁ ନିକଟସ୍ଥ ଏକ ନର୍ସିଂହୋମକୁ ନିଆଯାଇଥିଲା ।
ସେଠାରେ ପରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।
ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ।
ଲୋକାଲ ୱାୟାର
Leave a Reply