• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ବାରିପଦା ପୌରପାଳିକାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାରିପଦା ପୌରପାଳିକାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

October 8, 2020 By Sukant Sahu Leave a Comment

ବାରିପଦା, ଅକ୍ଟୋବର ୮(ଲୋକାଲ ୱାୟାର): କରୋନା ମହାମାରୀ ବେଳେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ବାରିପଦା ପୌରପାଳିକା ଅଧିକାରୀଙ୍କ ଖରାପ ପରିମଳ ପରିଚାଳନା ନୀତି ଯୋଗୁଁ ଏବେ ସହର ଯାକ ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା ।

ଗୋଟିଏ ପଟେ କରୋନା ସମୟରେ ଉପଯୁକ୍ତ ପରିମଳ ପରିଚାଳନା ପାଇଁ ସରକାର ପୌରପାଳିକାକୁ ପର୍ଯ୍ୟାପ୍ତ ପରିମାଣରେ ଲୋକବଳ ଦେଇଛନ୍ତି ।

ହେଲେ ପୌରପାଳିକା ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି କାମ ଠିକ୍ ଭାବେ କରାଯାଇ ପାରୁନି । ଫଳରେ ବାରିପଦା ପୌରପାଳିକା ଅଧୀନରେ ଥିବା ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବାରିପଦା ପୌରପାଳିକା ୨୮ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ଏଠାରେ ୧.୫ ଲକ୍ଷ ଲୋକ ବାସ କରିଥାନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଆଜିକୁ ୮ ମାସ ହେଲା ପୌରପାଳିକା ଅଞ୍ଚଳରେ ପରିମଳ ପରିଚାଳନା ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିଛି ।

କରୋନା ପୂର୍ବରୁ ସହରର ପରିମଳ ପରିଚାଳନା ବ୍ରବସ୍ଥା ଠିକ୍ ଥିଲା । ନିୟମିତ ବ୍ୟବଧାନରେ ସହରରେ ସଂକ୍ରମଣ ପ୍ରତିଷେଧକ ଔଷଧ ସିଞ୍ଚନ କରାଯିବା ସହ ଡ୍ରେନ୍ ପାଖ ଓ ସଂକ୍ରମିତ ଅଞ୍ଚଳ ନିକଟରେ ବ୍ଲିଚିଂ ପାଉଡର ସିଞ୍ଚନ କରାଯାଉଥିଲା । ମାତ୍ର କରୋନା ପରଠାରୁ ଏସବୁ ବନ୍ଦ ପଡ଼ିଛି ।

ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଏନେଇ ପୌରପାଳିକା ଅଧିକାରୀଙ୍କୁ ଫୋନ୍ କରି ଅଭିଯୋଗ କଲେ ଓ ସେମାନଙ୍କୁ ଏଥିପାଇଁ ଅନୁରୋଧ କଲେଯାଇ ପଡିଥିବା ଅଳିଆ, ଆବର୍ଜନା ସଫା ହେଉଛି । ନଚେତ ତାହା ସେମିତି ମାଟିରେ ଓ ରାସ୍ତାରେ ଗଡୁଛି ।

ସମ୍ପ୍ରତି କିଛି ପୂର୍ବତନ କାଉନସିଲରମାନେ ମିଶି ଏକ ପରିମଳ ପରିଚଳନା ଡ୍ରାଇଭ୍ ଆରମ୍ଭ କରିଛନ୍ତି ।

ଯାହା ଅଧୀନରେ ସେମାନେ କିଛି ଦୋକାନ ଆଗରେ ସଂକ୍ରମଣ ପ୍ରତିଷେଧକ ସିଞ୍ଚନ କରିଥିଲେ ।

ପରବର୍ତ୍ତୀ ସମୟରେ ସେମାନେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏହି କାମ ଠିକ୍ ଭାବେ ଚାଲିଥିଲା । ହେଲେ ଏବେ ସେସବୁ ସେବା ବି ବନ୍ଦ ରହିଛି ।

ୱାର୍ଡ ନମ୍ବର-୪ ର ବାସିନ୍ଦା ରୂପମ କୁମାର ସ୍ୱାଇଁ ଓ ଅନନ୍ତ ସ୍ୱାଇଁ କହିଛନ୍ତି ଆମେ ନିକଟରେ କରୋନା ପଜିଟିଭ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲୁ ।

ଏ ବାବଦରେ ବିଭାଗୀୟ ଅଧିକାରୀମାନଙ୍କ ପାଖରେ ଖବର ଅଛି । ତଥାପି ଆମ ଘର ବା ଆମ ଘର ଚାରିପାଖ, ଏପରିକି ଘରକୁ ଲାଗି ଥିବା ଡ୍ରେନକୁ ସାନିଟାଇଜ୍ କରାଯାଇ ନାହିଁ କି କୌଣସି ପରିମଳ ବ୍ୟବସ୍ଥା ଗ୍ରହଣ କରାଯାଇନି ।

ଏନେଇ ଆମେ ପୂର୍ବତନ ଉପ-ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କୁ ଜଣାଇଲୁ । ତାପରେ ଯାଇ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଆମ ଘର ଚାରିପାଖକୁ ପ୍ରତିଷେଧକ ସିଞ୍ଚନ କରାଗଲା । ହେଲେ ସେତେବେଳକୁ ଆମେ ହୋମ ଆଇସୋଲେସନରେ ୫ ଦିନ ରହି ସାରିଥିଲୁ ।

ଏ ବାବଦରେ ୨୬ ନମ୍ବର ୱାର୍ଡ କାଉନସିଲର ଲକ୍ଷ୍ମୀଧର ହାବୋଡା କହିଛନ୍ତି କିଛି ପୌରପାଳିକା ଅଧିକାରୀ ଓ ରାଜନେତା ମିଶି ପରିମଳ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଅପବ୍ୟବହାର କରିଛନ୍ତି ।

ସେ କହିଛନ୍ତି ମୋ ୱାର୍ଡରେ ୪୦୦୦ ଲୋକ ରହୁଥିବା ବେଳେ ପାଖାପାଖି ୩୫୦୦ ଲୋକ ଖରାପ ପରିମଳ ବ୍ୟବସ୍ଥାକୁ ନେଇ ଅସନ୍ତାଷ ବ୍ୟକ୍ତ କରିଛନ୍ତି ।

ୱାର୍ଡର କିଛି ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ନିଜସ୍ୱ ଉଦ୍ୟମରେ ନିଜ ଘର ଓ ଆଖପାଖ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।

ସେ କହିଛନ୍ତି ୱାର୍ଡରେ ପରିମଳ ବ୍ୟବସ୍ଥା ଦେଖିବା ପାଇଁ ପୌରପାଳିକା ପକ୍ଷରୁ ଦୁଇ ଜଣ ସ୍ୱଚ୍ଛ ସାଥୀ ଓ ଜଣେ ସ୍ୱଚ୍ଛ ସୁପରଭାଇଜରଙ୍କୁ ନିଯୁକ୍ତି ଦେଇଛି ।

ସ୍ୱଚ୍ଛସାଥୀ ପିଛା ୪୦୦୦ ଯଙ୍କା ଓ ସ୍ୱଚ୍ଛ ସୁପରଭାଇଜର ପିଛା ୮୦୦୦ ଟଙ୍କା ବି ଖର୍ଚ୍ଚ କରାଯାଉଛି । ହେଲେ ବିଡ଼ମ୍ବନାର ବିଷୟ କାମ ହେଉନି ।

ଏନେଇ ମୁଁ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କୁ ଭେଟିଥିଲି । ହେଲେ ସମସ୍ୟାର ସମାଧାନ ନ ହେବାରୁ ମୋତେ ଆଉ କହିବାକୁ ଇଚ୍ଛା ହେଉନି ।

ଏ ବାବଦରେ ପୌରପାଳିକାର ସ୍ୱାସ୍ଥ୍ୟ ଇନ୍ସପେକ୍ଟର ସନ୍ତୋଷ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ଇନ୍ସପେକ୍ଟରଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଛି ।

ହେଲେ ସେମାନେ ଠିକରେ କାମ କରୁନଥିବାରୁ ଅଭିଯୋଗ ମୋ ପାଖକୁ ଆସିଛି । ତେବେ ସହରର କିଛି ସ୍ଥାନରେ ସେମାନେ ବ୍ଲିଚିଂ ଓ ପ୍ରତିଷେଧକ ସିଞ୍ଚନ କରୁଛନ୍ତି ।

ମୋତେ କରୋନା ମୃତକଙ୍କ ଶବଦାହ ଦାୟିତ୍ୱ ଅତିରିକ୍ତ ଭାବେ ଦିଆଯାଇଥିବାରୁ ମୁଁ ସେହି କାମ ପରିଚାଳନା କରୁଛି ।

ତେଣୁ ମୁଁ ଅଧିକାଂଶ ସମୟରେ ବ୍ୟସ୍ତ ରହୁଛି । ତଥାପି ମୁଁ ଏହି କାମର ତଦାରଖ କରିବାକୁ ଚେଷ୍ଟା କରୁଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବାରିପଦା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire