ଫୁଲବାଣୀ, ଅଗଷ୍ଟ ୧୭(ଲୋକାଲ ୱାୟାର): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ମାଓବାଦୀ ରବିବାର ରାତିରେ ଏକ ଠିକା ସଂସ୍ଥାର ୪ଟି ଗାଡ଼ି ପୋଡ଼ି ଦେଇଥିବା ସ୍ଥାନୀୟ ପୁଲିସ କହିଛି ।
ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କାଞ୍ଜାଲାଘୁ ଘାଟ ଅଞ୍ଚଳରେ ଗତକାଲି ରାତିରେ ୧୫ରୁ ୨୦ ସଶସ୍ତ୍ର ମାଓବାଦୀ ଏହି ଘଟଣା ଘଟାଇଛନ୍ତି ।
ସେଠାରେ ଏକ ଠିକା ସଂସ୍ଥା ରାସ୍ତା ନିର୍ମାଣ କରୁଥିଲା । ସଂସ୍ଥାର କ୍ୟାମ୍ପରେ ଶ୍ରମିକମାନେ ମଧ୍ୟ ଥିଲେ ।
ମାଓବାଦୀମାନେ ଶ୍ରମିକମାନଙ୍କର କିଛି କ୍ଷତି ନକରି କ୍ୟାମ୍ପରେ ଥିବା ଟ୍ରକ, ଟ୍ରାକ୍ଟର ଓ ପାଣି ଟ୍ୟାଙ୍କରରେ ନିଆଁ ଲଗାଇ ଦେଇଥିଲେ । ରାସ୍ତା କାମ ନ କରି ଅଞ୍ଚଳ ଛାଡ଼ି ଚାଲି ଯିବାକୁ ଶ୍ରମିକମାନଙ୍କୁ ଧମକ ମଧ୍ୟ ଦେଇଥିଲେ ।
ଯିବା ପୂର୍ବରୁ ସେମାନେ ଏକ ପୋଷ୍ଟର ମାରି ଯାଇଥିଲେ । ପୋଷ୍ଟରଟିରେ ସିପିଆଇ-ମାଓବାଦୀ ସଙ୍ଗଠନର କେକେବିଏନ ଡିଭିଜନ ପକ୍ଷରୁ ଲଗାଯାଇଛି ।
ଆସନ୍ତାକାଲିି ୧୮ ତାରିଖରେ ସଂପୃକ୍ତ ଅଞ୍ଚଳରେ ବନ୍ଦ ପାଳନ ପାଇଁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲାରେ କେଇ ଦିନ ମଧ୍ୟରେ ଯବାନଙ୍କ ସହ ଗୁଳି ବିନିମୟରେ ୫ ଜଣ ମାଓବାଦୀ ନିହତ ହେଲେଣି ।
ଲୋକାଲ ୱାୟାର
Leave a Reply