ଭଦ୍ରକ, ଅଗଷ୍ଟ ୨୪(ଲୋକାଲ ୱାୟାର): ବାଲି ମାଫିଆଙ୍କ ସହ ସମ୍ପର୍କ ରଖି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାର ଅଧିକାରୀ ଏବେ ତଦନ୍ତ ପରିସରକୁ ଆସିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।
ବାଲିମାଫିଆଙ୍କ ସହ ଭଣ୍ଡାରିପୋଖରୀ ଥାନା ଅଧିକାରୀ ଧନେଶ୍ୱର ସାହୁ ଫୋନରେ କଥା ହେଉଥିବାର ଏକ ଅଡିଓ ଭାଇରାଲ ହେବା ପରେ ସେ ବିବାଦ ଘେରକୁ ଆସିଛନ୍ତି ।
ଏସପି ରାଜେଶ ପଣ୍ଡିତ ଥାନାଧିକାରୀଙ୍କୁ ହେଡକ୍ୱାର୍ଟରକୁ ବଦଳି କରିବା ସହ ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ବୈତରଣୀ ନଦୀରୁ ନିୟମିତ ବାଲି ମାଫିଆମାନେ ବାଲି ଚାଲାଣ କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି ।
ତେବେ ପୁଲିସ ମାଫିଆମାନଙ୍କୁ ସୁରକ୍ଷା ଦେଉଥିବାର ସେମାନେ ଅଭିଯୋଗ କରୁଥିଲେ । ଏବେ ଥାନାବାବୁଙ୍କ ଭାଇରାଲ ଅଡିଓରେ ମାଫିଆଙ୍କ ସହ ୩୮ ହଜାର ଟଙ୍କାର କାରବାର ହୋଇଥିବା କୁହାଯାଇଥିଲା ।
ସ୍ମରଣଯୋଗ୍ୟ, ଏହା ପୂର୍ବରୁ ବାଲେଶ୍ୱରା ଜିଲ୍ଲା ଜଳେଶ୍ୱର ଥାନାର ଅଧିକାରୀ ଧନେଶ୍ୱର ସାହୁଙ୍କର ବ୍ରାଉନସୁଗର ବେପାରୀଙ୍କ ସହ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି ।
ଲୋକାଲ ୱାୟାର
Leave a Reply