ପୁରୀ, ଜାନୁଆରୀ ୨୩ (ଲୋକାଲ ୱାୟାର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗୁରୁବାର ଵେଳାଭୂମିରେ ତାଙ୍କର ଏକ ବାଲୁକା କଳା ନିର୍ମାଣ କରିଛନ୍ତି।
ମାନସ ଲାଇଟ୍ ହାଉସ୍ ନିକଟରେ ଥିବା ତାଙ୍କ ସ୍ୟାଣ୍ଡ ଆର୍ଟ ପାର୍କରେ ନେତାଜୀଙ୍କ ଏହି ପ୍ରତିମୂର୍ତ୍ତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏଥିରେ ସେ ଜାତୀୟ ପତାକା ସହ ଦେଶ ପାଇଁ ବଳିଦାନ ଦେଇଥିବା ସୁଭାଷ ବୋଷଙ୍କର ବୀରତ୍ୱର ଗାଥା ଦର୍ଶାଇଛନ୍ତି।
ବାଲୁକା କୃତିଟି ପ୍ରାୟ ୨୦ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏହାକୁ ନିର୍ମାଣ କରିବାକୁ ୨୦ ଟନ୍ ବାଲି ଉପଯୋଗୀ ସହ ୭ ଘଣ୍ଟା ସମୟ ଲାଗିଥିଲା।
ଲୋକାଲ୍ ଓ୍ବାୟାର୍
Leave a Reply