ଭୁବନେଶ୍ୱର, ଏପ୍ରିଲ ୨୯ (ଲୋକାଲ ୱାୟାର): ବାଲେଶ୍ୱର ଜିଲ୍ଲାରେ ଆଉ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ବୁଧବାର ସନ୍ଧ୍ୟାରେ କହିଛନ୍ତି ।
ଏମାନଙ୍କୁ ମିଶାଇ ବାଲେଶ୍ୱରରେ ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସଂଖ୍ୟା ହୋଇଛି ୧୨୫ । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ସୁସ୍ଥ ହୋଇଛନ୍ତି ।
ବାଲେଶ୍ୱରରେ ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ରହିଛି । ସମସ୍ତେ ପୁରୁଷ ଏବଂ ସେମାନଙ୍କ ବୟସ ୪୪, ୬୧ ଏବଂ ୬୩ ବର୍ଷ ।
ଉଲ୍ଲେଖଯୋଗ୍ୟ, ଆଜି ସକାଳେ ମଧ୍ୟ ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ଥିବା ବେଳେ ଅନ୍ୟ ୩ଜଣ କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାର ।
ପ୍ରଥମ ଥର ଏହି ତିନୋଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବୁଧବାର ଭୁବନେଶ୍ୱରର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply