ବାଲେଶ୍ୱର, ଏପ୍ରିଲ ୧୯ (ଲୋକାଲ ୱାୟାର) : ବାଲେଶ୍ୱର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଳିଆବାଗ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିବା ସହ ୯ଟି ପ୍ରବେଶ ଓ ପ୍ରସ୍ଥାନ ପଥକୁ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ଜଣେ ଅଧିକାରୀ କହିଛନ୍ତି ।
ଲୋକଙ୍କୁ ଘରୁ ନ ବାହାରିବାକୁ ମାଇକ୍ ଯୋଗେ ପ୍ରଚାର କରାଯାଇଛି । ସମଗ୍ର ଅଞ୍ଚଳକୁ ସାନିଟାଇଜେସନ କରାଯିବ ।
କଣ୍ଟେନମେଣ୍ଟ ଅଞ୍ଚଳରେ ଜିଲ୍ଳା ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ । ପ୍ରଥମ ପର୍ଯ୍ୟାୟରେ ଏହି ଅଞ୍ଚଳକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ନମୂନା ସଂଗ୍ରହ ହେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।
ସୂଚନା ଅନୁସରରେ, ଗତକାଲି ବାଲେଶ୍ୱର ଜିଲ୍ଲାରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହି ଆକ୍ରାନ୍ତ ଜଣକ ୫୮ ବର୍ଷୀୟ ।
ଲୋକାଲ ୱାୟାର
Leave a Reply