ସ୍ୱରୂପଙ୍କୁ ୮୩ ହଜାର ୪୧୭୦ ଖଣ୍ଡ ଭୋଟ ମିଳିଥିବା ବେଳେ ମାନସଙ୍କୁ ମିଳିଛି ୬୯ ହଜାର ୯୫୪ ଖଣ୍ଡ ଭୋଟ । କଂଗ୍ରେସର ମମତା କୁଣ୍ଡୁ ୪୯୭୩ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ୧୨୪୯, ଭାଗ୍ୟଉଦିତ ଦାସପଟ୍ଟନାୟକ ୩୦୯ ଏବଂ ମହମ୍ମଦ ନୁମାନ ଖା ୨୪୫ ଖଣ୍ଡ ଭୋଟ ପାଇଛନ୍ତି ।
ବାଲେଶ୍ୱର, ନଭେମ୍ବର ୧୦(ଲୋକାଲ ୱାୟାର): ବାଲେଶ୍ୱର ସଦର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ବିଜୟୀ ହୋଇଛନ୍ତି ।
ସ୍ୱରୂପ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ୧୩ ହଜାର ୫୧୬ ଭୋଟରେ ପରାସ୍ତ କରିଛନ୍ତି ।
ସ୍ୱରୂପଙ୍କୁ ୮୩ ହଜାର ୪୧୭୦ ଖଣ୍ଡ ଭୋଟ ମିଳିଥିବା ବେଳେ ମାନସଙ୍କୁ ମିଳିଛି ୬୯ ହଜାର ୯୫୪ ଖଣ୍ଡ ଭୋଟ ।
କଂଗ୍ରେସର ମମତା କୁଣ୍ଡୁ ୪୯୭୩ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ୧୨୪୯, ଭାଗ୍ୟଉଦିତ ଦାସପଟ୍ଟନାୟକ ୩୦୯ ଏବଂ ମହମ୍ମଦ ନୁମାନ ଖା ୨୪୫ ଖଣ୍ଡ ଭୋଟ ପାଇଛନ୍ତି ।
ଇଭିଏମର ନୋଟାରେ ୬୯୬ ଜଣ ଭୋଟର ମତଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୧୯ ନିର୍ବାଚନରେ ବାଲେଶ୍ୱର ସଦରରେ ବିଜେପିର ମଦନମୋହନ ଦତ୍ତ ବିଜୟୀ ହୋଇଥିଲେ ।
ତାଙ୍କ ପରଲୋକ ଯୋଗୁ ଉପନିର୍ବାଚନ ହୋଇଥିଲା ଏବଂ ବିଜେପି ତାଙ୍କ ପୁତ୍ର ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା ।
କିନ୍ତୁ ବିଜେଡି ବିଜେପି ହାତରୁ ଆସନଟିକୁ ଛଡ଼ାଇ ନେଇଛି । ଅପରପକ୍ଷରେ ବିଜେଡି ନୂଆ ମୁହଁ ସ୍ୱରୂପଙ୍କୁ ପ୍ରର୍ଥୀ କରି ସଫଳତା ପାଇଛି ।
ଲୋକାଲ ୱାୟାର
ବ୍ୟବସାୟଧର୍ମୀ ନୁହେଁ, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ହେବ ବୋଲି ମହୁରତ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା…
ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି…
ଏହାକୁ ମିଶାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସର୍ବମୋଟ୍ ୨୫ଟି ପୁରସ୍କାର ଲାଭ କରିବା ସହିତ ବିରଳ ରେକର୍ଡ ହାସଲ…
ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ' ଫିଲ୍ମରୁ…
ଏଥିରେ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ନୀରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ସାଂସ୍କୃତିକ କମିଟି ଅଧ୍ୟକ୍ଷ ଡଃ ଶୁଭାଶିଷ୍ ଭଦ୍ର…
ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ…
This website uses cookies.