ବାଲେଶ୍ୱର, ଡିସେମ୍ବର ୧୮(ଲୋକାଲ ୱାୟାର): ବିବାହ କରିବାକୁ କଥା ଦେଇ ୧୨ ବର୍ଷ ଧରି ପାଖରେ ରଖିବା ପରେ ପ୍ରତାରଣା କରିବାରୁ କ୍ଷୁବ୍ଧ ପ୍ରେମିକା ଏକ କଟୁରିରେ ପ୍ରେମିକକୁ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି ।
ବାଲେଶ୍ୱର ସହରର ସହଦେବଖୁଣ୍ଟା ଥାନାଞ୍ଚଳରେ ବୁଧବାର ସକାଳେ ଏହି ଘଟଣା ଘଟିଥିବା ବେଳେ ପ୍ରେମିକା ମୟୁରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ବାରିପଦା ସଦର ଥାନା ଅନ୍ତର୍ଗତ ଶିରିଶବଣି ଗ୍ରାମର ବାଢ଼ା ମାରାଣ୍ଡି (୫୨) ଓ ସୀତା ହେମ୍ବ୍ରମ୍ (୪୨) ଦୀର୍ଘ ବର୍ଷ ଧରି ବିବାହ ନ କରି ଏକାଠି ରହୁଥିଲେ । ବାଢ଼ା ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି ।
ଏହାସତ୍ତ୍ଵେ ସେ ସୀତାକୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମଙ୍ଗଳବାର ରାତିରେ ସୀତା ପୁଣି ଥରେ ବିବାହ କଥାକୁ ଟାଳିବାରୁ ଭୋର୍ ସମୟରେ ଉତ୍ତ୍ୟକ୍ତ ସୀତା ଏକ କଟୁରିରେ ବାଢ଼ାଙ୍କୁ ହାଣି ହତ୍ୟା କରିଥିଲା ।
ହତ୍ୟାକାଣ୍ଡ ଘଟାଇବା ପରେ ସୀତା ବାଲେଶ୍ୱରରୁ ପଳାଇ ଯାଇ ସକାଳ ସାଢ଼େ ୯ଟାରେ ବାରିପଦା ସଦର ଥାନାରେ ଆତ୍ମ ସମର୍ପଣ କରିଛି । ପ୍ରତିଶ୍ରୁତି ଦେଇ ବିବାହ ନ କରିବାରୁ ସେ ବାଢ଼ାକୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣେ ପୁଲିସ ଅଫିସର କହିଛନ୍ତି ।
ଲୋକାଲ ୱାୟାର
Leave a Reply