ବ୍ରହ୍ମପୁର, ନଭେମ୍ବର ୧୦(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାର ଦୁଇଟି ବିଇଡି କଲେଜରେ ଆଡମିସନ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ମଙ୍ଗଳବାର ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇସେଜନ (ଏଆଇଡିଏସଓ) ପକ୍ଷରୁ ବିକ୍ଷୋଭ କରାଯିବା ସହ ଆରଡିସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲାର ଦୁଇଟି ବିଇଡି କଲେଜରେ ୨୦୨୦-୨୨ ବର୍ଷ ପାଇଁ ଆଡମିସନ ବନ୍ଦ କରାଯାଇଛି ।

କଲେଜରେ ଆନୁଷଙ୍ଗିକ ସୁବିଧାର ଅଭାବ ଥିବା, ବିଶେଷ କରି ଅଧ୍ୟାପକଙ୍କ ଅଭାବ ପାଇଁ ନ୍ୟାସନାଲ କାଉନସିଲ ଫର ଟିଚର ଏଜକେସନ (ଏନସିଟିଇ) କଲେଜ ଦୁଇଟିକୁ ପୁନଃଅନୁବନ୍ଧିତ ହେବାକୁ ନିର୍ଦ୍ଦେଶ ଦେଇଛି ।

ଏହି ନିଦେ୍ର୍ଦଶ ଯୋଗୁ ଚଳିତ ବର୍ଷ କନିଷିର ଦିବାକର ପଟ୍ଟନାୟକ ଇନଷ୍ଟିଚୁ୍ୟଟ ଅଫ ଆଡଭାନ୍ସ ଷ୍ଟଡି ଇନ ଏଜୁକେସନ ଏବଂ ଭଞ୍ଜନଗରର କେଏସୟୁବି କଲେଜ ଅଫ ଟିଚର ଏଜୁକେସନରେ ଆଡମିସନ ହୋଇପାରିବନି । ଦୁଇଟି ଯାକ କଲେଜରେ ଶହେ ଜଣ ଲେଖାଏଁ ଆଡମିସନ କରୁଥିଲେ ।

ଏଥିସହ ଦିବାକର ପଟ୍ଟନାୟକ ଇନଷ୍ଟିଚୁ୍ୟଟରେ ଏମଇଡିରେ ମଧ୍ୟ ୫୦ ଜଣ ଆଡମିସନ କରୁଥିଲେ । ତାହା ମଧ୍ୟ ବନ୍ଦ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏହି ଦୁଇଟି କଲେଜକୁ ମିଶାଇ ମୋଟ ୧୪ଟି ବିିଇଡି କଲେଜ ରହିଛି ।

ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଏହି ଦୁଇଟି ବିଇଡି କଲେଜ ଆଡମିସନ ବନ୍ଦ ହେଲା ବୋଲି ଅଭିଯୋଗ କରିଛନ୍ତି ଏଆଇଡିଏସଓ ଉପସଭାପତି ସୋମନାଥ ବେହେରା ।

ଲୋକାଲ ୱାୟାର