ଭୁବନେଶ୍ୱର, ମାର୍ଚ୍ଚ ୧୬(ଲୋକାଲ ୱାୟାର): ରାଜ୍ୟସଭା ପାଇଁ ନାମାଙ୍କନ କରିଥିବା ୪ ଜଣ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ସୋମବାର ଯାଞ୍ଚ ପରେ କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥିଙ୍କ ସୂତ୍ରରୁ ପ୍ରକାଶ ।
୪ଟି ରାଜ୍ୟସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀଙ୍କ ଦ୍ୱାରା ୧୨ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା ।
ଯାଞ୍ଚ ପରେ ବିଜେଡିର ମମତା ମହାନ୍ତ, ମୁଜିବୁଲ୍ଲା (ମୁନା) ଖାଁ, ସୁଜିତ୍ କୁମାର ଓ ସୁବାସ ଚନ୍ଦ୍ର ସିଂହଙ୍କ ଦ୍ୱାରା ଦାଖଲ କରାଯାଇଥିବା ୮ଟି ନାମାଙ୍କନ ପତ୍ର ସେଟ୍ କାଏମ ରହିଛି ।
ଯାଞ୍ଚ ବେଳେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply