ଭୁବନେଶ୍ୱର, ଜାନୁଆରୀ ୫(ଲୋକାଲ ୱାୟାର): ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅନୁଷ୍ଠିତ ଏକ ଦଳୀୟ ବୈଠକରେ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ଓଡ଼ିଶାବାସୀଙ୍କ ସମେତ ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ସେବା ଯୋଗାଇ ଦେବାକୁ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭାବେ ଦଳୀୟ କମିଟି ଗଠନ କରାଯାଇଛି ।
ଜୀବନ ବିନ୍ଦୁ ଓ ତୃଣମୂଳସ୍ତରରେ ଲୋକଙ୍କ ପାଖରେ ସାହାଯ୍ୟ ସହଯୋଗ ପହଞ୍ଚାଇବାକୁ ସ୍ୱାସ୍ଥ୍ୟ କମିଟି କାର୍ଯ୍ୟ କରିବ ।
ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ଓଡ଼ିଶା, ଜଳାଶୟ ଗୁଡ଼ିକର ପୁନରୁଦ୍ଧାର କାମ ଏହି କମିଟିର ଦାୟିତ୍ୱ ହେବ । ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ଦଳୀୟ କର୍ମୀଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସାମିଲ କରାଯିବ।
ରବିବାର ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ବିଜେଡି ନେତା ଓ କର୍ମୀମାନେ ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ଲୋକଙ୍କ ସେବା କରିବାକୁ ଆହ୍ୱାନ ଦେଇଥିଲେ ।
ବୈଠକରେ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକଙ୍କ ସମେତ ସାଂସଦ ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ପିନାକୀ ମିଶ୍ର, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଲତିକା ପ୍ରଧାନ, ଅନନ୍ତ ନାରାୟଣ ଜେନା, ସଞ୍ଜିବ ମଲ୍ଲିକ, ମନୋହର ରନ୍ଧାରୀଙ୍କ ସମେତ ନଳିନୀକାନ୍ତ ପ୍ରଧାନ, ସୁଚିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply