ଭୁବନେଶ୍ୱର, ମାର୍ଚ୍ଚ ୧୧ (ଲୋକାଲ ୱାୟାର) ବିରୋଧୀ ଭାରତୀୟ ଜନତା ପାର୍ଟି ରାଜ୍ୟରେ ହେବାକୁ ଥିବା ଚାରୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ ବୋଲି ବୁଧବାର କହିଛି।
ନିର୍ବାଚନ ଜିତିବା ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନ ଥିବାରୁ ପ୍ରାର୍ଥୀ ନ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।
ତେବେ ବିଜେଡ଼ିର ୪ ରାଜ୍ୟସଭା ପ୍ରାର୍ଥୀ ବୁଧବାର ନାମାଙ୍କନ ଦାଖଲର ଶେଷ ଦିନରେ ବିଧାନସଭା ସଚିବାଳୟ ପରିସରରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସେମାନେ ହେଲେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ ।
ଲୋକାଲ ୱାୟାର
Leave a Reply