ଭୁବନେଶ୍ୱର, ଡିସେମ୍ବର ୭(ଲୋକାଲ ୱାୟାର): ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ, ସଂଯୋଜକ, ଆଲେଖ୍ୟ ଲେଖକ ଇଂ. ଶ୍ରୀନିବାସ ଘଟୁଆରୀଙ୍କୁ ପୁନଶ୍ଚ କିଙ୍ଗଡୋମ୍ ଅଫ୍ ଟୋଙ୍ଗାର ସିଭିୟୁ ବିଶ୍ୱବିଦ୍ୟାଳୟରୁ ଓଡ଼ିଶୀ ନୃତ୍ୟ ପାଇଁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି ।
ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ କରଣର ପ୍ରୟୋଗ ଓ ପରିବ୍ୟାପ୍ତି- ଏକ ବିଶ୍ଲେଷଣାତ୍ମକ ଅଧ୍ୟୟନ ଶୀର୍ଷକରେ ଗବେଷଣା କରି ତାଙ୍କ ଦ୍ୱାରା ଉପସ୍ଥାପିତ ସନ୍ଦର୍ଭ ସିଭିୟୁ ବିଶ୍ୱବିଦ୍ୟାଳୟର କୁଳପତି ତଥା ଭାରତୀୟ ବେଞ୍ଚର ମୁଖ୍ୟ ପ୍ରାଧ୍ୟାପକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।
ସମ୍ମାନ ପ୍ରଦାନ ଉତ୍ସବରେ ଉପସ୍ଥିତ ଅତିଥି ମାନେ ଏହି ଗବେଷଣା ଦ୍ୱାରା ଟୋଙ୍ଗା ଏବଂ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ବନ୍ଧ ଦୃଢ଼ ହେବା ସହ ବିଶ୍ୱ ଶାନ୍ତି ଓ ଏକତା ସ୍ଥାପନ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।
ଏହା ପୂର୍ବରୁ ସେ ଓଡ଼ିଶୀ ନୃତ୍ୟ ପାଇଁ ରାଜ୍ୟର ଦ୍ୱିତୀୟ ଶିଳ୍ପୀ ଭାବରେ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ପିଏଚଡି ଏବଂ ପ୍ରଥମ ଶିଳ୍ପୀ ଭାବରେ କେନ୍ଦ୍ର ଆମେରିକା ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡିଲିଟ୍ ଉପାଧି ପାଇଥିଲେ ।
ଏହି ଅବସରରେ ଘଟୁଆରୀ ନିଜ କାର୍ଯ୍ୟାଳୟ ପୁଲିସ୍ ହାଉସିଂର ବରିଷ୍ଠ ଅଧିକାରୀ, ଗୁରୁ, ପିତା, ମାତା, ଭାଇ, ଭଉଣୀ, ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଅର୍ପଣ କରିବା ସହ ଆଗକୁ ଅଧିକ ଗବେଷଣା ଜାରି ରହିବ ବୋଲି କହିଛନ୍ତି ।
ଲୋକାଲ ୱାୟାର
Leave a Reply