ରାୟଗଡ଼ା, ଅକ୍ଟୋବର ୧୦ (ଲୋକାଲ ୱାୟାର) : ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଠଙ୍ଗପଡ଼ା ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ଏବଂ ବୋହୂଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୁଲିସ ଶନିବାର କହିଛି ।
ମୃତକ ହେଲେ ଶ୍ୱଶୁର ଡାହାଣୀ ମାଣ୍ଡିକା (୬୫) ଓ ବୋହୂ ସୁମିତ୍ରା ମାଣ୍ଡିକା (୨୨) । ବୋହୂ ୪ରୁ ୫ ମାସର ଗର୍ଭବତୀ ଥିଲେ ।
ସୂଚନା ଅନୁସାରେ, ଆଜି ସକାଳେ ସୁମିତ୍ରା ପାଣି ହାଣ୍ଡି ଧରି ଘରକୁ ପ୍ରବେଶ କରୁଥିବା ବେଳେ ଘରର ବାରିପଟେ ବିଦ୍ୟୁତ୍ ତାର ଛିଣ୍ଡି ଗ୍ରୀଲ୍କୁ ଲାଗିଥିଲା ।
ସୁମିତ୍ରା ଗ୍ରୀଲ୍ ଧରିବା ସମୟରେ ହଠାତ୍ ତଳେ ପଡିଯାଇଥିଲା । ଏହି ସମୟରେ ଶ୍ୱଶୁର ଡାହାଣୀ ବୋହୂକୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ।
ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ଉଭୟଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଲୋକାଲ ୱାୟାର
Leave a Reply