କଟକ,ଜାନୁୟାରୀ ୧୦ (ଲୋକାଲ ୱାୟାର) : ବିଧାନସଭା ସଦାଚାର ଗୃହ କମିଟି ଏହାର ଅଧ୍ୟକ୍ଷ ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ନେତୃତ୍ୱରେ ଶୁକ୍ରବାର ଦିନ କଟକ ଗସ୍ତରେ ଆସି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକରେ ବୁକ୍ ସର୍କୁଲାର ୪୭ର ଅନୁପାଳନ ଓ ନିର୍ବାଚନ ମଣ୍ଡଳୀ ୱାରି ଉନ୍ନୟନ କମିଟି ଗଠନ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
କମିଟି ସଦସ୍ୟ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅନନ୍ତ ଦାସ,ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ବିଧାୟକ ପ୍ରଦୀପ ଅମାତ, ବିଧାୟକ ଭୁପିନ୍ଦର ସିଂହ, ବିଧାୟକ ଅରବିନ୍ଦ ଢାଲି, ବିଧାୟକ ପ୍ରଶାନ୍ତ ମୁଦୁଲି, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଶଙ୍କର ଓରାମ, ବିଧାୟକ ଗଣେଶ ରାମ ସିଂହ ଖୁଣ୍ଟିଆ ଓ ବିଧାୟକ ମହମ୍ମଦ ମୋକିମ ପ୍ରମୁଖ ବୁକ୍ ସର୍କୁଲାର ୪୭ର ନିୟମ ଓ ଏହାର ଅନୁପାଳନ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ ।
କମିଟିର ଅଧ୍ୟକ୍ଷ କେନ୍ଦ୍ରାଂଚଳ ଅନ୍ତର୍ଗତ ୧୦ଟି ଜିଲ୍ଲାର ପ୍ରଶାସନ ଓ ପୁଲିସ ପ୍ରଶାସନ ଅଧିନରେ ଥିବା ଜିଲ୍ଲା ଓ ବ୍ଲକସ୍ତରୀୟ ଉନ୍ନୟନ କମିଟି ଗଠନ କରାଯାଇଛି କି ନାହିଁ ଏବଂ ବୁକ ସର୍କୁଲାର ୪୭ ଅନୁଯାୟୀ ସଠିକ ଅନୁପାଳନ କରାଯାଉଛି କି ନାହିଁ ସେ ସମ୍ପର୍କରେ କଟକ ଜିଲ୍ଲାପାଳ, ପୁଲିସ କମିଶନର, ଡିଆଇଜି, ଡିସିପି, ପୁଲିସ ଅଧିକ୍ଷକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ ।
ଏହି ବୈଠକରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନୀଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ଅନ୍ୟ ୯ ଜିଲ୍ଲାର ଜିଲ୍ଲାପାଳ କିମ୍ବା ଏଡିଏମ ତଥା ପୁଲିସ ଅଧିକାରୀମାନେ ସଦାଚାର କମିଟିର ଅଧ୍ୟକ୍ଷଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।
ଲୋକାଲ ୱାୟାର
Leave a Reply