ଭୁବନେଶ୍ୱର, ନଭେମ୍ବର ୨୪ (ଲୋକାଲ ୱାୟାର) : ଝିଅ ହତ୍ୟାର ଅଭିଯୁକ୍ତକୁ ଗିରଫ କରିବା ଦାବିରେ ବିଧାନସଭା ଫାଟକ ସମ୍ମୁଖରେ ମଙ୍ଗଳବାର ଏକ ଦମ୍ପତ୍ତି କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିବା ବେଳେ ପୁଲିସ କାବୁ କରିଛି।
ସୂଚନା ଅନୁସାରେ, ବିଧାନସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ଦମ୍ପତି ଅଶୋକ ସାହୁ ଏବଂ ସୌଦାମିନୀ ସାହୁ ଦେହରେ କିରୋସିନି ଢାଳି ହୋଇ ଆତ୍ମାହୂତୀ ଉଦ୍ୟମ କରିଛନ୍ତି ।
ଦମ୍ପତି ଅଭିଯୋଗ କରିଛନ୍ତି ଯେ, ୪ ମାସ ପୂର୍ବେ ତାଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି। ଥାନାରେ ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କୁ ଏପର୍ୟ୍ୟନ୍ତ ନ୍ୟାୟ ମିଳିନାହିଁ ।
ଅନେକ ନେତା, ମନ୍ତ୍ରୀ, ବିଧାୟକଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିବା ଦମ୍ପତି ପ୍ରକାଶ କରିଛନ୍ତି । ଶେଷରେ ସମସ୍ତଙ୍କଠାରୁ ନିରାଶ ହେବା ପରେ ସେମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।
ଲୋକାଲ ୱାୟାର
Leave a Reply