ଅନୁଗୁଳ, ଡିସେମ୍ବର ୧୫ (ଲୋକାଲ ୱାୟାର): ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡ଼ି ପୋଡି ମାମଲାରେ ବିକ୍ରମପୁର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ରବିବାର ସୂଚନା ମିଳିଛି।
ଗିରଫ ଦୁଇ ଜଣ ହେଲେ ଯୁବ ସମାଜସେବୀ ସଙ୍ଗଠନର ସଭାପତି ସ୍ବାଧୀନ ଥମ୍ବ ଓ ଏହାର ଆବାହକ ଯତୀନ ମହାନ୍ତି ।
ତେବେ ଏହି ଗାଡି ପୋଡି ଘଟଣାର ସନ୍ଦିଗ୍ଧ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି।
ରାଜନୈତିକ ଶତୃତାରୁ ଏମାନେ ବାରମ୍ବାର ବିଧାୟକଙ୍କ ଗାଡି ପୋଡିବା ସହ ପୂର୍ବରୁ ବିଧାୟକଙ୍କ ପୈତୃକ ବାସଭବନରେ ମଧ୍ୟ ନିଆଁ ଲଗାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ତାଳଚେର ବିଧାୟକଙ୍କ ନାଁରେ ପୂର୍ବରୁ ମିଛ କାଷ୍ଟିଂ କାଉଚ୍ ପୋଷ୍ଟର ମାରି ସ୍ବାଧୀନ ଥମ୍ବ ଗିରଫ ହୋଇଥିଲେ ।
ସେ ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିବା ଜଣାପଡିଛି ।
ଗତ ୭ ନଭେମ୍ବରରେ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଏକ ଗାଡ଼ି ପୋଡ଼ିଦିଆଯାଇଥିଲା।
ପୂର୍ବରୁ ଅଗଷ୍ଟ ୧୯ରେ ଭୁବନେଶ୍ୱରସ୍ଥିତ ବିଧାୟକଙ୍କ ବାସଭଵନରେ କେହି ନିଆଁ ଲଗାଇଦେବାରୁ ୨ଟି କାର, ଗୋଟିଏ ବାଇକ୍ ଓ କିଛି ଆସବାବପତ୍ର ପୋଡି ଯାଇଥିଲା ।
ଏହାପରେ ନଭେମ୍ବର ପହିଲାରେ ହାଣ୍ଡିଧୂଆଁସ୍ଥିତ ବିଧାୟକଙ୍କ ପୈତୃକ ବାସଭବନରେ ମଧ୍ୟ ନିଆଁ ଲଗାଇବା ଉଦ୍ୟମ ହୋଇଥିଲା।
ଲୋକାଲ ୱାୟାର
Leave a Reply