ବ୍ରହ୍ମପୁର, ସେପ୍ଟେମ୍ବର ୨୮(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାରେ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନ ନେଇ ଜିଲ୍ଲା ବାହାରକୁ କୌଣସି କର୍ମଚାରୀ ଯାଇପାରିବେନି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ।
କେତେକ କର୍ମଚାରୀ ସରକାରୀ କାମ ଥିବା ଦର୍ଶାଇ ଜିଲ୍ଲା ବାହାରକୁ ବିଶେଷ କରି ଭୁବନେଶ୍ୱର ଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।
ନିକଟରେ ଜଣେ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ସରକାରୀ କାମ ଥିବା କହି ରାଜଧାନୀ ଯାଇଥିଲେ ।
କିନ୍ତୁ ତାଙ୍କର ଏପରି କିଛି କାମ ନଥିବା ଜଣାପଡ଼ିବା ପରେ ତାଙ୍କୁ କାରଣଦର୍ଶାଅ ନୋଟିସ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ବାହାର ଜିଲ୍ଲାକୁ କର୍ମଚାରୀ ବିନାନୁମତିରେ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply