ଭୁବନେଶ୍ୱର, ଅକ୍ଟୋବର ୨୪ (ଲୋକାଲ ୱାୟାର) : ବିନା ଭକ୍ତରେ ମା’ ଜଗତଜନନୀଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା ।
ଆଜି ମୃଣ୍ମୟୀ ଦେବୀଙ୍କ ନିକଟରେ ପାଣିକଖାରୁ ବଳି ଅର୍ପଣ କରାଯିବାର ବିଧି ରହିଥିବା ପୂଜକମାନେ କହିଛନ୍ତି ।
ଶୁକ୍ରବାର ମା’ଙ୍କ ମହାସପ୍ତମୀ ପୂଜା ସରିଛି । ଗତକାଲି ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିସାରିଛନ୍ତି ।
କରୋନା କଟକଣା ପାଇଁ ଚଳତି ବର୍ଷ ବିନା ଭକ୍ତରେ ପୂଜାର ଆୟୋଜନ କରାଯାଇଛି ।
ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପୂଜା ।
କଟକ ସହର, ରାଜଧାନୀ ଭୁବନେଶ୍ୱର, ରାଉରକେଲ, ବ୍ରହ୍ମପୁର, ସମ୍ବଲପୁରୀ ଓ ପୁରୀ ସବୁଠି ନିରଡମ୍ବର ଭାବେ ପୂଜା କରାଯାଉଛି ।
ଉଲ୍ଲେଖଯୋଗ୍ୟ, ଗତକାଲି ପୀଠରେ ମା’ଙ୍କ ମହାଷ୍ଟମୀ ପୂଜା ସରିଛି ।
ଲୋକାଲ ୱାୟାର
Leave a Reply