• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ବିନିମୟ କାର୍ଯ୍ୟକ୍ରମ: ମୁମ୍ବାଇରେ ଆଇଏଚଏମ ଓଡିଶା

ବିନିମୟ କାର୍ଯ୍ୟକ୍ରମ: ମୁମ୍ବାଇରେ ଆଇଏଚଏମ ଓଡିଶା

January 28, 2020 By LocalWire Leave a Comment

ମୁମ୍ବାଇ, ଜାନୁଆରୀ ୨୮(ଲୋକାଲ ୱାୟାର): ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲଜି ଆଣ୍ଡ ଆପ୍ଲାଏଡ ନ୍ୟୁଟ୍ରିସନ, ଭୁବନେଶ୍ୱରର ୧୦ ଛାତ୍ରଛାତ୍ରୀଙ୍କ ସହ ୨ ଫାକଲ୍ଟି ସଦସ୍ୟ ପାଞ୍ଚ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ।

ଏହି ଗସ୍ତରେ ଆଇଏଚଏମ (ସିଟିଏଏନ), ମୁମ୍ବାଇ ସେମାନଙ୍କୁ ମହାରାଷ୍ଟ୍ରର ସଂସ୍କୃତି, ଖାଦ୍ୟପେୟ ଓ ଲୋକଙ୍କ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପ୍ରଦାନ କରିବେ ।

ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଅଂଶ ଭାବେ ଆୟୋଜିତ ଏହି ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ନିଜ ରାଜ୍ୟ ସମ୍ପର୍କରେ ମୁମ୍ବାଇର ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ଓ ଓଡ଼ିଶା ସାଂସ୍କୃତିକ ସମ୍ପର୍କ ଉପକ୍ରମରେ ଯୁଗ୍ମ ରାଜ୍ୟ ।

ଏକ ଭାରତ ଶ୍ରେଷ୍ଠ ଭାରତ ଫ୍ଲାଗସିପ କାର୍ଯ୍ୟକ୍ରମ ପର୍ଯ୍ୟଟନ ମନ୍ତ୍ରାଳୟର ଏକ ଉପକ୍ରମ ହୋଇଥିବା ବେଳେ ଏଥିରେ ଆଉ ୧୦ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଓ ବିଭାଗ ଅଂଶୀଦାର ଅଛନ୍ତି ।

ଏଭଳି ବିନିମୟ କାର୍ଯ୍ୟକ୍ରମ ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର ଏକତା ବୃଦ୍ଧି କରିବା ସହ ଦେଶର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ଆଇଏଚଏମ ମୁମ୍ବାଇର ପ୍ରିନ୍ସିପାଲ, ଏ.କେ. ସିଂହ ମତ ଦେଇଛନ୍ତି ।

ଓଡିଶା ହୋଟେଲ ମ୍ୟାନେଜମେଣ୍ଟ ଦଳ ଆୟୋଜକ ମୁମ୍ବାଇ ପାଇଁ ମଙ୍ଗଳବାର ପାରମ୍ପରିକ ଓଡ଼ିଆ ଖାଦ୍ୟର ସମ୍ଭାର ପ୍ରସ୍ତୁତ କରିଛନ୍ତି ।

ଓଡ଼ିଶାର ବିଭିନ୍ନ ନୃତ୍ୟ ଶୈଳୀ ଓ ସଂଗୀତ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।

ଆଗାମୀ ଦୁଇ ଦିନରେ ଓଡ଼ିଶା ଦଳକୁ ମହାରାଷ୍ଟ୍ରର ଗ୍ରାମୀଣ ଜୀବନ ସହିତ ପରିଚିତ କରାଇବା ପାଇଁ ଗୋବର୍ଦ୍ଧନ ଗାଁକୁ ନିଆଯିବା ସହିତ ଏଲିଫ୍ୟାଣ୍ଟା ଗୁମ୍ଫା ଓ ମୁମ୍ବାଇର ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଭ୍ରମଣରେ ନିଆଯିବ ।

ଆସନ୍ତା ମାସରେ ଏହି ବିନିମୟ କାର୍ଯ୍ୟକ୍ରମରେ ଆଇଏଚଏମ ମୁମ୍ବାଇରର ଏକ ଦଳ ଓଡ଼ିଶା ଆସିବ ।

ଲୋକାଲ ୱାୟାର

 

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire