ଭୁବନେଶ୍ୱର, ଜୁଲାଇ ୧୧(ଲୋକାଲ ୱାୟାର): ରାଜ୍ୟର କେତେକ ଜିଲ୍ଲାରେ ଏବେ ସପ୍ତାହାନ୍ତ ଦୁଇ ଦିନ ସଟ୍ ଡାଉନ ହେଉଥିବାରୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ତିନୋଟି ପରୀକ୍ଷାର ତାରିଖରେ ପରିବର୍ତ୍ତନ କରିଥିବା ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ଡ. ଦୀପକ କୁମାର ସାହୁ ସୂଚନା ଦେଇଛନ୍ତି ।
ଶନିବାର ହେବାକୁ ଥିବା ପରୀକ୍ଷାକୁ ଆସନ୍ତା ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ପରୀକ୍ଷା ୨୯ ତାରିଖରେ ହେବ ।
ଆସନ୍ତା ୨୫ ତାରିଖର ପରୀକ୍ଷାକୁ ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ,ଆସନ୍ତା ୧୩ ତାରିଖରୁ ବି ଫାର୍ମ ପରୀକ୍ଷା ଆରମ୍ଭ ହୋଇ ୧୭ ତାରିଖରେ, ଏମବିଏ ପରୀକ୍ଷା ୧୭ରୁ ଆରମ୍ଭ ହୋଇ ୨୯ ତାରିଖରେ, ବିଟେକ୍ ପରୀକ୍ଷା ୨୦ ଓ ୨୧ ତାରିଖରେ ଏବଂ ଇଣ୍ଟିଗ୍ରେଟେଡ୍ ଏମଏସସି ପରୀକ୍ଷା ତଥା ଏମବିଏ ପିଟି ପରୀକ୍ଷା ୨୭ରୁ ଆରମ୍ଭ ହୋଇ ୩୦ ତାରିଖରେ ସରିବ ।
ଲୋକାଲ ୱାୟାର
Leave a Reply