ବ୍ରହ୍ମପୁର, ଡିସେମ୍ବର ୧୧ (ଲୋକାଲ ୱାୟାର): ବିବାହ ଋତୁ ଚାଲିଥିଲେ ବି ଅଲୋଡା ହୋଇଛି ବ୍ୟାଣ୍ଡ, ବାଜା ।
କୋଭିଡ ନିୟମାନୁଯାୟୀ ବାହାଘର ଶୋଭାଯାତ୍ରାକୁ ବାରଣ କରା ଯାଇଥିବାରୁ ବ୍ୟାଣ୍ଡ ପାର୍ଟିଗୁଡ଼ିକର ଚାହିଦା ନାହିଁ । ଫଳରେ ବ୍ରହ୍ମପୁର ସହରର ପ୍ରାୟ ୩ ଶହ ବ୍ୟାଣ୍ଡ ପାର୍ଟି କଳାକାର ବେଶ ଦୟନୀୟ ସ୍ଥିତିରେ ଅଛନ୍ତି ।
କରୋନା ଯୋଗୁଁ ଗତ ୯ ମାସ ହେଲା ରୋଜଗାର ନଥିବାରୁ କିଛି କଳାକାର କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଚାଲିଗଲେଣି ।
ଗାଡ଼ି ଓ ବାଦ୍ୟଯନ୍ତ୍ରଗୁଡ଼ିକ ରାସ୍ତା କଡରେ ପଡିରହିଛି ବୋଲି କହିଛନ୍ତି ବ୍ୟାଣ୍ଡ ମାଷ୍ଟର ଜେ. ଶେଖର ।
ବାହାଘର ବ୍ୟତୀତ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ ରାଜନୈତିକ ସଭାସମିତିରେ ବ୍ୟାଣ୍ଡ ପାର୍ଟିର ଚାହିଦା ରହିଛି । ହେଲେ ମାର୍ଚ୍ଚ ମାସରୁ ଶୋଭାଯାତ୍ରା ବନ୍ଦ ରହିଛି ।
ସରକାର ବାହାଘରରେ ବାଜା ବଜାଇବାକୁ ଅନୁମତି ଦେବେ ବୋଲି ଆଶା ଥିଲା ।
ରୋଜଗାର ନଥିବାରୁ ୧୫ ବର୍ଷ ହେଲା ଢୋଲ ବଜାଉଥିବା ରାଜା ପାରିବାରିକ ପେଶା ଛାଡ଼ି ସୁରତରେ ଶ୍ରମିକ କାମ କରିବାକୁ ନିଷ୍ପତି ନେଇଛନ୍ତି ।
ମହାମାରୀ ଆମ ଭବିଷ୍ୟତ ଅନ୍ଧାର କରି ଦେଇଛି । ସରକାର ଆମ ଦୁଃଖ ହୃଦୟଙ୍ଗମ କରି କିଛି ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ ବୋଲି ବ୍ୟାଣ୍ଡ ପାର୍ଟି ମାଲିକ ତଥା ଟ୍ରମ୍ପେଟ କଳାକାର ସନ୍ତୋଷ ପାତ୍ର ।
ଲୋକାଲ ୱାୟାର
Leave a Reply