ବ୍ରହ୍ମପୁର, ଡିସେମ୍ବର ୨(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ନିକଟରେ ମଙ୍ଗଳବାର ଜନୈକ ଯୁବକ ଜିତେନ୍ଦ୍ର ବାରିକ (୩୦)ଙ୍କୁ ବିବାହ ପୂର୍ବରୁ ଗୁଳିମାଡ଼ ହୋଇଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରାଯାଇଛି ।
ଜିତେନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି । ମଙ୍ଗଳବାର ତାଙ୍କ ବାହାଘର ଗ୍ରାମ ନିକଟ ଛଚିନା ଗ୍ରାମର ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା ।
ମଙ୍ଗଳବାର ସେ ସମ୍ପର୍କୀୟଙ୍କ ଘର ସହ ଏକ ମନ୍ଦିରକୁ ଯିବା ପାଇଁ ମାଣିକପୁର ଯାଇଥିଲେ ।
ସେ ସମ୍ପର୍କୀୟଙ୍କ ଘର ବାରଣ୍ଡାରେ କାହା ସହ ମୋବାଇଲ ଫୋନରେ କଥା ହେଉଥିବା ବେଳେ ଅତି ନିକଟରୁ କେହି ତାଙ୍କୁ ଗୁଳିମାଡ଼ କରିଥିଲା ।
ଗୁଳିମାଡ଼ର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏହା ହୋଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ଖଲ୍ଲିକୋଟ ଥାନାର ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ।
ଲୋକାଲ ୱାୟାର
Leave a Reply