ଭୁବନେଶ୍ୱର, ଫେବ୍ରୁଆରୀ ୭(ଲୋକାଲ ୱାୟାର): ଓଲିଉଡର ଷ୍ଟାର୍ ସନ୍ ଅମ୍ଳାନ୍ ଦାସ ପତ୍ନୀ ଭୂମିକାଙ୍କ ସହିତ ବିବାହର ପ୍ରଥମ ବର୍ଷର ଉତ୍ସବକୁ ଖୁସିର ସହ ପାଳିଛନ୍ତି ।
ଘରେ ଦୁହେଁ ପୂରା ସେଲିବ୍ରେସନ୍ କରି ଆନନ୍ଦ ନେବା ସହ ସେହି ଖୁସିର ମୁହୂର୍ତ୍ତକୁ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି ।
ଏହାପରେ ବହୁ ପ୍ରଶଂସକଙ୍କ ଓ ସିନେପ୍ରେମୀ ଅମ୍ଲାନଙ୍କୁ ଏହି ଶୁଭ ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ବରିଷ୍ଠ ଅଭିନେତା ମିିହିର ଦାସଙ୍କ ପୁଅ ହିସାବରେ ଅମ୍ଳାନଙ୍କ ଯେତିକି ପରିଚିତି ରହିଛି, ତା’ଠାରୁ ସେ ଜଣେ ଭଲ ଅଭିନେତା ଭାବେ ବେଶ୍ ଜଣାଶୁଣା ।
ଆଗକୁ ତାଙ୍କର ‘ବାଜିବଲୋ ସାହାନାଇ’, ‘ଗୋଲାପି ଗୋଲାପି-୨’ ଭଳି ଅନେକ ସିନେମା ମୁକ୍ତିଲାଭ କରିବାକୁ ଯାଉଛି । ଆଉ କିଛି ନିର୍ମାଣ ଚାଲିଛି, ଯାହାକୁ ନେଇ ସେ ଏବେ ପୂରା ପ୍ୟାକ୍ ।
ବଡ଼ କଥା ହେଲା ମହାମାରୀ କରୋନା ପରେ ଚଳିତ ବର୍ଷ ପ୍ରଥମେ ତାଙ୍କ ଅଭିନୀତ ସିନେମା ‘ରୋମିଓ ରାଜା’ ହଲରେ ମୁକ୍ତିଲାଭ କଲା ।
ଲୋକାଲ ୱାୟାର
Leave a Reply