ଭୁବନେଶ୍ୱର, ନଭେମ୍ବର ୨୪(ଲୋକାଲ ୱାୟାର): ଓଡ଼ିଶାର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ, କ୍ରୀଡ଼ାବିତ୍ ଓ କ୍ରୀଡ଼ା ସଙ୍ଗଠକମାନଙ୍କ ଦ୍ୱାରା କିସ୍ ପରିସରରେ ସାଂସଦ, କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଡ. ସାମନ୍ତ ଇଣ୍ଡିଆ ଭଲିବଲ ଫେଡ଼େରେସନର ସଭାପତି ଭାବରେ ନିଯୁକ୍ତ ହେବା ସହ ଇଣ୍ଡିଆ ଅଲମ୍ପିକ ଆସୋସିଏସନ୍ ସଭ୍ୟ ରୂପେ ନିଯୁକ୍ତି ପାଇଥିବା ଯୋଗୁ ଶୁଭେଚ୍ଛୁମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ।
ଡ. ସାମନ୍ତ ଜଣେ ଶିକ୍ଷାବିତ୍, ସମାଜସେବୀ ଓ କ୍ରୀଡ଼ା ପ୍ରୋତ୍ସାହକ ଭାବେ ଆଜି ଓଡ଼ିଶା ଓ ସାରା ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଦୀର୍ଘ ବର୍ଷ ଧରି କିଟ୍ ଓ କିସ୍ ଅନୁଷ୍ଠାନ ଡ. ସାମନ୍ତଙ୍କ ତତ୍ତ୍ୱାବଧାନରେ ବହୁତ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସଙ୍ଗଠକମାନଙ୍କୁ ବିଭିନ୍ନ ସହଯୋଗର ହାତ ବଢ଼ାଇଛନ୍ତି ।
ତାଙ୍କ ସହଯୋଗରେ ବର୍ତ୍ତମାନ ବିଭିନ୍ନ କ୍ରୀଡ଼ାବିତଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ମିଳିବା ସହ ଓଡ଼ିଶାର ସୁନାମ ବିଶ୍ୱ ଦରବାରରେ ପହଞ୍ଚି ପାରିଛି ।
ଏହି ସମ୍ବର୍ଦ୍ଧନା ସଭାରେ ବିଜେଡି ରାଜ୍ୟ ସମ୍ପାଦକ ଦୁର୍ଗାପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱରେ ଖ୍ୟାତିସମ୍ପନ୍ନ ବୁଡ଼ାଳି ସବୀର ବକ୍ସ, ଅନୁଗୁଳ, ସୁକିନ୍ଦା ରେଳପଥର ଏମଡି ଦିଲ୍ଲୀପ ସାମନ୍ତରାୟ, ଉତ୍କଳ କରାଟେ ଆସୋସିଏସନ୍ ସମ୍ପାଦକ ହରି ପଟ୍ଟନାୟକ ଓ ଅନ୍ୟମାନେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ଡ. ସାମନ୍ତ ଆଗାମୀ ଦିନରେ ନିଜକୁ ଓଡ଼ିଶା କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ଅଧିକରୁ ଅଧିକ ସହଯୋଗ ରଖିବା ସହ ବିିଭିନ୍ନ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସଂଘମାନଙ୍କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଲୋକାଲ ୱାୟାର
Leave a Reply