ଭୁବନେଶ୍ବର, ଡିସେମ୍ବର ୨ (ଲୋକାଲ ୱାୟାର): ବିଭିନ୍ନ ଦାବିରେ ସୋମବାର ଲୋୟର ପିଏମଜିରେ ରାଜ୍ୟର ଚାରି ପ୍ରମୁଖ ବିଶ୍ୱବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଓ ଏମ୍.ଏଡ୍ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପାଖାପାଖି ୨୫୦ ଛାତ୍ରଛାତ୍ରୀ ଏହି ଆନ୍ଦୋଳନ ଚଳାଇଛନ୍ତି।
ସମନ୍ଵିତ ବିଏଡ୍ ତଥା ଏମ୍ଏଡ୍ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ଶିକ୍ଷକ ପ୍ରବେଶିକା ପରୀକ୍ଷା (ଓଟିଇଟି, ସିଟିଇଟି, ଓଏସଏସଟିଇଟି, ପିଜିଟି, ଟିଜିଟି ଓ ୟୁଜିସି) ଦେବାପାଇଁ ଅନୁମତି ଦାବିରେ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି ।
ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ଦେବାକୁ ମଧ୍ୟ ଛାତ୍ରଛାତ୍ରୀ ଦାବି ଦୋହରାଇଛନ୍ତି।
ଲୋକାଲ ୱାୟାର
Leave a Reply