ରାଉରକେଲା, ଡିସେମ୍ବର ୧୦(ଲୋକାଲ ୱାୟାର): ୨୦୨୩ ବିଶ୍ୱକପ୍ ହକି ପାଇଁ ରାଉରକେଲାର ସେକ୍ଟର-୫ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମକୁ ନୂଆ ରୂପ ଦିଆଯାଉଛି ଏବଂ ଗୁରୁବାର ହକି ଇଣ୍ଡିଆର ଛଅ ଜଣ ସଦସ୍ୟ ଷ୍ଟାଡିୟମ ବୁଲି ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି ।
ରାଉରକେଲାରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଓ ଇସ୍ପାତ ଷ୍ଟାଡିୟମ୍ ଏବଂ ପାଖ ଅଞ୍ଚଳକୁ ମିଶାଇ ମୋଟ ୮୫ ଏକର ପରିବ୍ୟାପ୍ତ ରହିଛି ।
ଷ୍ଟାଡିୟମରେ ପୁରୁଣା ଘରକୁ ଭଙ୍ଗାଯାଇ ତିନି ମହଲା କରାଯିବ ।
ଏବେ ୨୫ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା ଥିବା ବେଳେ ତାହା ୩୫ ହଜାରକୁ ବୃଦ୍ଧି କରାଯିବ ।
ଷ୍ଟାଡିୟମରେ ୩ଟି ଆଷ୍ଟ୍ରୋ ଟର୍ଫ ପଡ଼ିବ ଏବଂ ଲିଫ୍ଟ ଓ ଫ୍ଲଡ ଲାଇଟ ବ୍ୟବସ୍ଥା କରାଯିବ ।
ପାର୍କିଂ ଲାଗି ୬ଟି ସ୍ଥାନ ଚିହ୍ନଟ କରାଯାଇଛି ଏବଂ ପଡ଼ିଆରେ ମୋଟ ଆଠଟି ଗେଟ ରହିବ ।
ଗୁରୁବାର ଷ୍ଟାଡିୟମ ଅନୁଧ୍ୟାନ କରିଥିବା ଟିମରେ ହକି ଇଣ୍ଡିଆର ଯୁଗ୍ମ ନିର୍ଦ୍ଦେଶକ ବି. ନାଗ ଭୂଷଣ, ସିନିୟର ମ୍ୟାନେଜର ବିକ୍ରମ ପାଲ ସିଂହ, ସମନ୍ୱୟ କମିଟିର ମ୍ୟାନେଜର ଆଜାଦ ଆଜମୀ, ଭିତ୍ତିଭୂମି କମିଟି ସଦସ୍ୟ ଦୀପ୍ତି ଦାଶ, ସ୍ୱାଗତ ସିଂହ ଓ ଶେଖ ଅବଦୁଲ ପ୍ରମୁଖ ଥିଲେ ।
ଲୋକାଲ ୱାୟାର
Leave a Reply