ଭୁବନେଶ୍ୱର, ଜୁଲାଇ ୬(ଲୋକାଲ ୱାୟାର): ଓଡ଼ିଶା ସମେତ ଦେଶବ୍ୟାପୀ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା କଲେଜ ଗୁଡ଼ିକରେ ଫାଇନାଲ୍ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ଶେଷ ସୁଦ୍ଧା କରିବାକୁ ସୋମବାର କେନ୍ଦ୍ର ସରକାର ଅନୁମତି ଦେଇଥିବା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଅନୁମତି ସମ୍ପର୍କରେ ୟୁଜିସି ପକ୍ଷରୁ ପ୍ରକାଶିତ ଏକ ଗାଇଡଲାଇନରେ କୁହାଯାଇଛି, କେବଳ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଶେଷ ବର୍ଷ ପିଲାଙ୍କ ଫାଇନାଲ ସେମିଷ୍ଟର ପରୀକ୍ଷା ଅଫଲାଇନ୍, ଅନଲାଇନ୍ ବା ଉଭୟ ଅଫଲାଇନ୍ ଓ ଅନଲାଇନରେ ଏକକାଳୀନ କରାଯାଇପାରିବ ।
ବ୍ୟାକ୍ ଥିବା ଛାତ୍ରଛାତ୍ରୀ ମାନେନିଶ୍ଚିତ ଭାବେ ଏହି ପରୀକ୍ଷା ଦେବେ । ପରିସ୍ଥିତିକୁ ଦେଖି କେଉଁ ପଦ୍ଧତିରେ ପରୀକ୍ଷା ହେବ ତାହା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇପାରିବେ ।
ଲୋକାଲ ୱାୟାର
Leave a Reply