ଭୁବନେଶ୍ୱର, ଏପ୍ରିଲ ୧୪(ଲୋକାଲ ୱାୟାର): ଓଲିଉଡ ଚକୋଲେଟ୍ ବୟ ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ନାୟିକା ଅର୍ଚ୍ଚିତା ବାହାଘର ପରଠୁ ଚର୍ଚ୍ଚାରେ ରହିଛନ୍ତି ।

ପ୍ରତିଦିନ ନବଦମ୍ପତି କିଛି ନା କିଛି ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଖୁସି ଜାହିର କରିବା ସହ ପ୍ରଶଂସା ସାଉଁଟୁଛନ୍ତି ଏବଂ ଅନେକଗୁଡ଼ିକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପ୍ରଶଂସକଙ୍କୁ ଛାଡ଼ି ଦେଉଛନ୍ତି ।

ଏବେ ଏହି ଯୋଡ଼ି ଓଡ଼ିଶା ବାହାରକୁ ବୁଲାବୁଲି କରିବାକୁ ଯାଇଥିଲେ । କିନ୍ତୁ କେଉଁଠିକୁ ଯାଇଥିଲେ ସେ ସ୍ଥାନର ନାଁ କେହି କହିନାହାନ୍ତି ।

ଫଟୋ ଦେଖି ଲାଗୁଥିଲା ସେମାନେ କୌଣସି ବରଫ ପଡ଼ୁଥିବା ସ୍ଥାନ ବୁଲିବାକୁ ଯାଇଥିଲେ ।

ସେଠାରେ ମଜା ମସ୍ତି କରି ଫେରିଛନ୍ତି କି ନାହିଁ ତାହା ବି ଜଣାଇନାହାନ୍ତି । କେବଳ ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ଗାଡ଼ି ପଛରେ ବସାଇ ତାଙ୍କ ଚଳଚ୍ଚିତ୍ରର ଏକ ଚଳଚ୍ଚିତ୍ରର ହିଟ୍ ଗୀତ ‘ମଲ୍ଲିକା ଚାଲ ଯିବା..’କୁ ପୋଷ୍ଟ କରି ମଜା କରିଛନ୍ତି । ମାତ୍ର ଆଜି ଓଡ଼ିଆ ନୂଆବର୍ଷ ପାଳି ପଣା ପିଇବାକୁ ଭୁଲିନାହାନ୍ତି ।

ଏପରିକି ସବ୍ୟସାଚୀ ହାତରେ ଖାଲି କାଚଗ୍ଲାସ୍ ଧରିଥିବା ଫଟୋ ପୋଷ୍ଟ କରି ଲେଖିଛନ୍ତି ପଣା ସରିଗଲା, ଆପଣଙ୍କ ଘରେ ଅଛି କି? କିନ୍ତୁ ଏହା ପୂର୍ବରୁ ଦୁହେଁ ବାହାଘରେ ଭୋଜି ଦେଇ ସାରି ଓଡ଼ିଶା ବାହାରକୁ ଯାଇଥିଲେ ।

ସେହି ସମୟରେ ଓଡ଼ିଶା ଫେରିଲାବେଳେ ଇଣ୍ଡିଗୋ ବିମାନର କିଛି କ୍ରୁ୍ୟ ସଦସ୍ୟ ତାଙ୍କୁ ସ୍ମୃତିଭରା ଗ୍ରୀଟିଙ୍ଗ୍ ଉପହାର ଦେଇଥିଲେ ।

ଯେଉଁଥିରେ ସେମାନେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ସୁନ୍ଦର ଉପହାରକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସବ୍ୟ ଲେଖିଥିଲେ ଏହା ସ୍ମୃତିଭରା, ଯାହାକୁ କେବେ ଭୁଲି ହେବନି ।

ଲୋକାଲ ୱାୟାର