କେନ୍ଦ୍ରାପଡା, ଜାନୁଆରୀ ୧ (ଲୋକାଲ ୱାୟାର): ପରିବେଶ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶି ବ୍ଲକ ଅନ୍ତର୍ଗତ ରଘୁଦେଇପୁର ଗାଁରେ ଥିବା ୧୮ଟି ବେଆଇନ ଇଟାଭାଟିକୁ ପ୍ରଶାସନ ଉଚ୍ଛେଦ କରିଛି ।
ଖୁବଶୀଘ୍ର ବେଆଇନ ଇଟାଭାଟିଗୁଡିକ ଉଚ୍ଛେଦ କରାଯିବ । ଏଗୁଡିକ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ବୋର୍ଡର ବିନା ଅନୁମତିରେ ଚାଲୁଥିଲା ବୋଲି ଡେରାବିଶି ତହସିଲଦାର ସମ୍ବିତ ଶତପଥି କହିଛନ୍ତି ।
ଇଟାଭାଟିରୁ ବାହାରୁଥିବା ଧୂଆଁ ଯୋଗୁଁ ଲୋକେ ଶ୍ୱାସଜନିତ ସମସ୍ୟା ସହ ଅନ୍ୟାନ୍ୟ ରୋଗ ଭୋଗୁଛନ୍ତି ।
ଇଟାଭାଟିଗୁଡିକ ବାୟୁ ପ୍ରଦୂଷଣ ନିୟମ, ୧୯୮୧, ପରିବେଶ ସୁରକ୍ଷା ନିୟମ ୧୯୮୬, ଜଳ ପ୍ରଦୂଷଣ ନିୟମ ୧୯୭୪ ଓ ସୁପ୍ରିମକୋର୍ଟଙ୍କ ଗାଇଡଲାଇନର ଉଲ୍ଲଙ୍ଘନ କରୁଛନ୍ତି ବୋଲି ଡେରାବିଶିର ଅଜୟ ବେବର୍ତା ଦାସ କହିଛନ୍ତି ।
ଇଟାଭାଟିଗୁଡିକରେ କାଠ ଓ ନିମ୍ନମାନର କୋଇଲା ବ୍ୟବହାର ଯୋଗୁଁ ବ୍ୟାପକ ବାୟୁ ପ୍ରଦୂଷଣ ହେଉଛି ।
ଇଟାଭାଟି ଯୋଗୁଁ ଚାଷଜମି କ୍ଷତିଗ୍ରସ୍ତ ହେବା ସହ ଜଙ୍ଗଲ ଓ ଜୈବ ବିବିଧତାକୁ ପ୍ରଭାବିତ କରୁଛି ବୋଲି ପରିବେଶବିତ ବିରଜା ପତି କହିଛନ୍ତି ।
ତିନି ବର୍ଷ ପୂର୍ବେ ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାର୍ଶାଘାଇ ଓ ମହାକାଳପଡା ବ୍ଲକର ୫ଟି ଇଟାଭାଟି ବନ୍ଦ କରିଥିଲେ ।
ଲୋକାଲ ୱାୟାର
Leave a Reply