ଏଠାରେ ଆଖପାଖ ଗାଁର ବେକାର ଯୁବକମାନଙ୍କୁ ଭାରତୀୟ ସେନାରେ ଚାକିରି ପାଇଁ ଯୋଗ୍ୟ ଭାବେ ଗଢି ତୋଳିବାକୁ ତାଲିମ ପ୍ରଦାନ କରାଯାଉଛି । ଏଠାରୁ ତାଲିମ ନେଇ ପ୍ରାୟ ୭୦ ଯୁବକ ଭାରତୀୟ ସେନା ଓ ଅନ୍ୟ ସୁରକ୍ଷା ସଂସ୍ଥାରେ ନିଯୁକ୍ତି ପାଇ ସାରିଲେଣି ।
ଜଗତସିଂହପୁର, ଜାନୁଆରୀ ୨୧ (ଲୋକାଲ ୱାୟାର): ସେନା ଚାକିରିକୁ ଅଣଦେଖା କରି ନାଉଗାଁ ତହସିଲ ଅନ୍ତର୍ଗତ ଅରଖକୁଦ ଗାଁର ସିଲୁ ନାୟକ ନିଜ ଗାଁରେ ଖୋଲିଛନ୍ତି ମହାଗୁରୁ ବାଟାଲିୟନ ।
ଏଠାରେ ଆଖପାଖ ଗାଁର ବେକାର ଯୁବକମାନଙ୍କୁ ଭାରତୀୟ ସେନାରେ ଚାକିରି ପାଇଁ ଯୋଗ୍ୟ ଭାବେ ଗଢି ତୋଳିବାକୁ ତାଲିମ ପ୍ରଦାନ କରାଯାଉଛି ।
ଏଠାରୁ ତାଲିମ ନେଇ ପ୍ରାୟ ୭୦ ଯୁବକ ଭାରତୀୟ ସେନା ଓ ଅନ୍ୟ ସୁରକ୍ଷା ସଂସ୍ଥାରେ ନିଯୁକ୍ତି ପାଇ ସାରିଲେଣି ।
ଜିଲ୍ଲାର ଯୁବକମାନଙ୍କୁ ଭାରତୀୟ ସେନାରେ ଯୋଗ ଦେବା ପାଇଁ ଆକର୍ଷିତ କରିବା ମହାଗୁରୁ ବାଟାଲିୟନ ଉଦ୍ୟମ କରୁଛି ।
ସେନାରେ ନିଯୁକ୍ତି ପାଇଁ ଯୁବକଙ୍କୁ ତାଲିମ ସହ ଦେଶର ସେବା କରିବାକୁ ସୁଯୋଗ ପ୍ରଦାନ ବାଟାଲିୟନର ଲକ୍ଷ୍ୟ ।
ପାଚଂ ବର୍ଷ ପୂର୍ବେ ସିଲୁ ଗାଁରେ ବାଟାଲିୟନ ଖୋଲିଥିଲେ । ଶାରୀରିକ ଫିଟନେଟ ଟିପ୍ସ, ସାଧାରଣ ଜ୍ଞାନ, ଗଣିତ ଆଦି ବିଷୟରେ ସେ ତାଲିମ ଦେଉଛନ୍ତି ।
ଦେବୀ ନଦୀ ଶଯ୍ୟା ପାଲଟିଛି ବାଟାଲିୟନ ତାଲିମ କେନ୍ଦ୍ର । ବାଲିକୁଦା, ନାଉଁଗାଁ ଓ ଆଖପାଖ ଗାଁର ଶିକ୍ଷିତ ବେକାର ଯୁବକମାନେ ତାଲିମ ନେବାକୁ ଭିଡ ଲଗାଉଛନ୍ତି । ସବୁଠାରୁ ବଡ କଥା ହେଲା ସିଲୁ ଏଥିପାଇଁ କାହାଠାରୁ ଟଙ୍କାଟିଏ ମଧ୍ୟ ନେଉନାହାନ୍ତି ।
ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ, ନାଉଗାଁରୁ ସ୍ନାତକ ପରେ ଭାରତୀୟ ସେନାରେ ଯୋଗ ଦେବାକୁ ଇଚ୍ଛୁକ ଥିଲେ ସିଲୁ ।
୨୦୧୬ରେ ସିଆଇଏସଏଫ ଇଂଟରଭିଉ ପାଇଁ ଚୟନ ହୋଇଥିଲେ ମଧ୍ୟ ସେ ସ୍ୱାବଲମ୍ବୀ ହେବାକୁ ଗାଁକୁ ଫେରି ଆସିଥିଲେ ।
ଗାଁକୁ ଫେରି ସିଲୁ ମହାଗୁରୁ ବାଟାଲିୟନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ତାଲିମ ନେଇଥିବା ପ୍ରାୟ ୩ ଶହ ଯୁବକଙ୍କ ମଧ୍ୟରୁ ପ୍ରଥମ ପାଂଚ ବର୍ଷରେ ୭୦ ଜଣ ବିଭିନ୍ନ ସୁରକ୍ଷା ସଂସ୍ଥାରେ ଯୋଗ ଦେଇଛନ୍ତି ।
ସେମାନଙ୍କ ମଧ୍ୟରୁ ଭାରତୀୟ ସେନାରେ ୧୮, ଓଡିଶା ପୁଲିସରେ ୧୪, ସିଆରପିଏଫରେ ୪, ବିଏସଏଫ ୪, ଭାରତୀୟ ବାୟୁ ସେନାରେ ୩, ନୌସେନାରେ ୬ ଓ ଅନ୍ୟମାନେ ବିଭିନ୍ନ ସୁରକ୍ଷା ସଂସ୍ଥାରେ ନିୟୋଜିତ ହୋଇଛନ୍ତି ।
ସିଲୁ ସେମାନଙ୍କୁ ଶାରୀରିକ କସରତ କରାଉଥିବା ବେଳେ ତାଲିମ ନେବାକୁ ଆସିଥିବା ପ୍ରତିଭାବାନ ପିଲାମାନେ ସାଧାରଣଜ୍ଞାନ, ଗଣିତ ଓ ଅନ୍ୟ ବିଷୟ ପଢାଇଥାନ୍ତି ।
ମହାଗୁରୁ ବାଟାଲିୟନରେ ୨ ବର୍ଷ ତାଲିମ ନେବା ପରେ ନୌବାହିନୀରେ ୨୦୧୮ରେ ଚାକିରି ପାଇଲି ।
ଏହି ସଂଗଠନ କେବଳ ନିଯୁକ୍ତି ପାଇଁ ତାଲିମ ପ୍ରଦାନ କରୁନାହିଁ ବରଂ ଦେଶ ସେବା କରିବାର ସୁଯୋଗ ଦେଉଛି ବୋଲି କହନ୍ତି ରୋହିଲା ଗାଁର ବିକାଶ ମହାନ୍ତି ।
ଅରଖକୁଦ ଗାଁର ପ୍ରଭାସ ନାୟକ ବାଟାଲିୟନରୁ ଦୁଇ ବର୍ଷ ମାଗଣା ତାଲିମ ନେଇ ଏବେ ଭାରତୀୟ ସେନାର ସିଗନାଲ ବିଭାଗରେ କାର୍ଯ୍ୟରତ ଅଛନ୍ତି ।
ନିଯୁକ୍ତି ସୁଯୋଗ ସହ ଦେଶ ସେବା ପାଇଁ ସୁଯୋଗ ସୃଷ୍ଟି କରିବାରେ ସିଲୁଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ।
ବାଟାଲିୟନର ଉନ୍ନତି ପାଇଁ ସରକାର ତାଙ୍କୁ ସହାୟତା ପ୍ରଦାନ କରିବା ଉଚିତ ବୋଲି କହିଛନ୍ତି ଗୋପବନ୍ଧୁ ଅଗ୍ରଗାମୀ ପରିଷଦର ସଭାପତି ମନୋଜ ନାୟକ ଓ କର୍ମକର୍ତା ସୁନୀଲ ମାଟିଆ ।
ଲୋକାଲ ୱାୟାର
ବ୍ୟବସାୟଧର୍ମୀ ନୁହେଁ, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ହେବ ବୋଲି ମହୁରତ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା…
ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି…
ଏହାକୁ ମିଶାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସର୍ବମୋଟ୍ ୨୫ଟି ପୁରସ୍କାର ଲାଭ କରିବା ସହିତ ବିରଳ ରେକର୍ଡ ହାସଲ…
ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ' ଫିଲ୍ମରୁ…
ଏଥିରେ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ନୀରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ସାଂସ୍କୃତିକ କମିଟି ଅଧ୍ୟକ୍ଷ ଡଃ ଶୁଭାଶିଷ୍ ଭଦ୍ର…
ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ…
This website uses cookies.