ବଲାଙ୍ଗିର, ଡିସେମ୍ବର ୪ (ଲୋକାଲ ୱାୟାର): ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜମ୍ଭେଲ ଛକ ନିକଟରେ ଶୁକ୍ରବାର ଅପରାହ୍ଣରେ ବୋଲେରୋ ଧକ୍କାରେ ଏକ ବାଇକ ଜଳି ଯାଇଥିବା ବେଳେ ବାଇକରେ ଥିବା ଏକ ପରିବାରର ବାପା-ମା’ ଓ ଜଣେ ଜଣେ ପୁଅ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ୮ ମାସର ପୁଅ ବର୍ତ୍ତି ଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ, କଳାହାଣ୍ଡି ଜିଲ୍ଲା ରିଷିଡ଼ାର ତରଣୀସେନ ବିଶି(୩୭) ଅସୁସ୍ଥ ଥିବା ସାନ ପୁଅକୁ ନେଇ ବାଇକରେ ବଲାଙ୍ଗିର ଡାକ୍ତରଖାନାକୁ ଯାଇଥିଲେ । ସାଙ୍ଗରେ ପତ୍ନୀ ଓ ବଡ଼ ପୁଅ ଶମ୍ଭୁ (୪) ମଧ୍ୟ ଥିଲେ ।
ବଲାଙ୍ଗିରରୁ ଫେରୁଥିବା ବେଳେ ଜମ୍ଭେଲ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଧକ୍କା ଦେଇଥିଲା । ଭୟଙ୍କର ଦୁର୍ଘଟଣାରେ ବାଇକଟି ରାସ୍ତା ତଳକୁ ଖସି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
ଘଟଣାସ୍ଥଳରେ ତରଣୀସେନ ଓ ପୁଅ ଶମ୍ଭୁଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଖାନା ନେବା ବାଟରେ ନିକିତାଙ୍କର ମୃତ୍ୟୁ ହୋଇଥିଲା ।
ଛୋଟ ଶିଶୁ ପୁତ୍ରଟି ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ।
ଲୋକାଲ ୱାୟାର
Leave a Reply