• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ବ୍ରହ୍ମପୁରବାସୀଙ୍କ ଚିନ୍ତା ବଢ଼ାଇଛି ଖୋଳା ଯାଇଥିବା ରାସ୍ତା ଓ ମୁକୁଳା ଡ୍ରେନ

ବ୍ରହ୍ମପୁରବାସୀଙ୍କ ଚିନ୍ତା ବଢ଼ାଇଛି ଖୋଳା ଯାଇଥିବା ରାସ୍ତା ଓ ମୁକୁଳା ଡ୍ରେନ

October 3, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ଅକ୍ଟୋବର ୩ (ଲୋକାଲୱେର): ବର୍ଷାଦିନେ ରାସ୍ତାର ଖାଲଖମା, ଅସମ୍ପୂର୍ଣ୍ଣ ଡ୍ରେନ ଦକ୍ଷିଣ ଓଡିଶାର ବାଣିଜି୍ୟକ ପେଣ୍ଠ ବ୍ରହ୍ମପୁରବାସୀଙ୍କ ଚିନ୍ତା ବଢାଇଛି ।

ଜାନିବିଲି ଜଳ ଯୋଗାଣ ପ୍ରକଳ୍ପ ପାଇଁ ପାଇପ ବିଛା ଯାଉଥିବା ଯୋଗୁଁ ଅଧିକାଂଶ ଅଞ୍ଚଳରେ ରାସ୍ତାର ଅବସ୍ଥା କହିଲେ ନସରେ ।

ବିଶ୍ୱ ବ୍ୟାଙ୍କ ସହାୟତାରେ ଓଡିଆରପି ଅନ୍ତର୍ଗତ ପ୍ରେମ ନଗର ଓ ଅନ୍ଧପସରା ରୋଡରେ ୨.୬ କିଲୋମିଟରର ଡ୍ରେନ ନିର୍ମାଣ ପ୍ରକଳ୍ପ ତିନି ବର୍ଷ ହେଲା ଆରମ୍ଭ ହୋଇଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ ।

ସହରରେ ରାସ୍ତା ଓ ଡ୍ରେନ ନିର୍ମାଣ କାମ ଅନୁଧ୍ୟାନ କରୁଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଓ ମହାନଗର ନିଗମ କମିଶନରଙ୍କୁ ବିଭିନ୍ନ ଅଞ୍ଚଳର ବାସିନ୍ଦା ସେମାନଙ୍କ ଦୁଃଖ ଜଣାଇଛନ୍ତି ।

ପୂର୍ବରୁ ମଧ୍ୟ ବିଇଏମସି କର୍ତ୍ତୃପକ୍ଷଙ୍କୁ ମନ୍ଥର ନିର୍ମାଣ କାମ ସମ୍ପର୍କରେ ଅବଗତ କରାଇଥିଲୁ । ଶୀଘ୍ର କାମ ସାରିବା ପାଇଁ ଆମେ ସାଂସଦ ଓ ବିଧାୟକଙ୍କ ଅଂଚଳ ଗସ୍ତ ବେଳେ ଜଣାଇଛୁ ବୋଲି ଦୁର୍ଗାପ୍ରସାଦ ପଣ୍ଡା କହିଛନ୍ତି ।

ସହରର ସମସ୍ୟା ଥିବା ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛୁ । ବିଇଏମସି କର୍ତୃପକ୍ଷଙ୍କୁ ଜଳବନ୍ଦୀ ସମସ୍ୟା ଓ ଡ୍ରେନ ସଫା କରିବାକୁ ପ୍ରାଥମିକତା ଦେବାକୁ କହିଛୁ ।

ସେହିପରି ପାଇପ ବିଛା ଯାଇଥିବା ରାସ୍ତା ମରାମତି ଓ ପ୍ରଶସ୍ତ କରିବା ପାଇଁ କଂଟ୍ରାକ୍ଟରଙ୍କୁ ନିଦେ୍ର୍ଦଶ ଦେବାକୁ କହିଛୁ ବୋଲି ବ୍ରହ୍ମପୁର ସାଂସଦ କହିଛନ୍ତି ।

ମହାନଗର ନିଗମ କର୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ସହ ବୈଠକ କରି ଉନ୍ନତିମୂଳକ କାମର ସମୀକ୍ଷା ହେବ । ଆଗୁଳା ବନ୍ଧ, ଗୋଷାଣୀନୂଆଗାଁ ଓ ଫାଷ୍ଟ ଗେଟରେ ଥିବା ଶ୍ମଶାନର ବିକାଶ ପାଇଁ ଆମେ ବିଇଏମସି କର୍ତୃପକ୍ଷଙ୍କୁ କହିଛୁ ।

ଖୁବ ଶୀଘ୍ର ରାସ୍ତା ଓ ଡ୍ରେନ ମରାମତି କରାଯିବ । ଡ୍ରେନ ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଇଏମସି କମିଶନର କହିଛନ୍ତି ।

ସ୍ଥାନୀୟ ପ୍ରତିନିଧି ଓ ନଗର ନିଗମ ଅଧିକାରୀମାନେ ବିଜିପୁର, ଡାଇମଣ୍ଡ ଟ୍ୟାଙ୍କ ରୋଡ, ଶାସ୍ତ୍ରୀ ନଗର, ଖୋଡାସିଙ୍ଗି, ବିଦୁ୍ୟତପୁରୀ କଲୋନୀ, ଅନ୍ଧପସରା ରୋଡ, ପ୍ରେମନଗର, ଗେଟବଜାର, ଲୋଚାପଡା ରାସ୍ତା, ଆସ୍କା ରୋଡ ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

Download LocalWire App for Hyperlocal  Odisha News any time anywhere

 

 

About Hrusikesh Mohanty

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire