ବ୍ରହ୍ମପୁର, ଅକ୍ଟୋବର ୧୩(ଲୋକାଲ ୱାୟାର): ବ୍ରହ୍ମପୁରର ଭଞ୍ଜବିହାର ନିକଟରେ ମଙ୍ଗଳବାର ୭ଟି ମୃତ ବାରହା ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଭଞ୍ଜ ବିହାର ପଛ ପାର୍ଶ୍ୱରେ ଦୁର୍ଗନ୍ଧ ହେବାରୁ ଲୋକମାନେ ବୁଦାମୂଳ ଖୋଜିଥିଲେ । ସେଠାରେ ମୃତ ବାରହା ଗୁଡ଼ିକ ପଡ଼ିଥିବା ଦେଖିବାକୁ ମିଳିଥିଲା ।
ଲୋକେ ବନ ବିଭାଗ ଅଧିକାରୀଙ୍କୁ ଏ ନେଇ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ପହଞ୍ଚି ବାରହା ଗୁଡ଼ିକର ବ୍ୟବଚ୍ଛେଦ କରି ସେଗୁଡ଼ିକୁ ପୋତି ଦେଇଥିଲେ ।
ଲୋକାଲ ୱାୟାର
Leave a Reply