• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ବ୍ରହ୍ମପୁରର ନୀଳକଣ୍ଠେଶ୍ୱର ଶ୍ମଶାନରେ କରୋନା ମୃତକଙ୍କ ଶବଦାହ

ବ୍ରହ୍ମପୁରର ନୀଳକଣ୍ଠେଶ୍ୱର ଶ୍ମଶାନରେ କରୋନା ମୃତକଙ୍କ ଶବଦାହ

August 28, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ଅଗଷ୍ଟ ୨୮(ଲୋକାଲ ୱାୟାର): ବ୍ରହ୍ମପୁର ମୁ୍ୟନିସିପାଲ୍ କର୍ପୋରେସନ୍ ଦ୍ୱାରା ଗତ ଦୁଇମାସ ତଳେ ସ୍ଥାପିତ ହୋଇଥିବା ନୀଳକଣ୍ଠେଶ୍ୱର ଶ୍ମଶାନ ଏବେ କରୋନା ମୃତକଙ୍କ ଶବଦାହ ପାଇଁ ଏକ ଉପଯୁକ୍ତ ସ୍ଥାନ ପାଲଟି ପାରିଛି ।

କରୋନାରେ ମୃତ ହୋଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ଖୋଲା ସ୍ଥାନରେ ଶବଦାହ ପାଇଁ ସ୍ଥାନୀୟ ଲୋକମାନେ ଆପତ୍ତି ଉଠାଇଥିବା ବେଳେ ନୀଳକଣ୍ଠେଶ୍ୱର ଶ୍ମଶାନ ଜିଲ୍ଲା ପ୍ରଶାସନ ପାଇଁ କାମରେ ଆସିଥିଲ ।

ନୂଆ କରି ବ୍ରହ୍ମପୁର ପୌରପାଳିକା ଦ୍ୱାରା ସ୍ଥାପିତ ହୋଇଥିବା ଏହି ଶ୍ମଶାନରେ ବର୍ତ୍ତମାନ ସୁଦ୍ଧା ୯୬ଟି ଶବଦାହ ହୋଇଥିବା ବେଳେ ସେମାନଙ୍କ ଭିତରୁ ୭୧ ଜଣ କରୋନା ପଜିଟିଭ୍ ହୋଇ ପ୍ରାଣ ହରାଇଥିଲେ ।

ମିଳିଥିବା ସୂଚନା ଅନୁସାରେ ଅଶ୍ୱିନୀ, ଏମକେସିଜି ମେଡିକାଲ୍ କଲେଜ୍ ଓ ସିଟି ହସ୍ପିଟାଲରେ କରୋନରେ ପ୍ରାଣ ହରାଇଥିବା ଲୋକଙ୍କ ମରଶରୀରକୁ ନୂତନ ଭାବେ ତିଆରି କରାଯାଇଥିବା ନୂତନ କାଠ ଶବଦାହ ଚୂଲାରେ ଶେଷକୃତ୍ୟ କରାଯାଇଛି ।

ଏ ବାବଦରେ ବ୍ରହ୍ମପୁର ପୌରପାଳିକା କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ନୂଆ କରି କରାଯାଇଥିବା କାଠ ତିଆରି ଶବଦାହ ସ୍ଥାନ ଇକୋ ଫ୍ରେଣ୍ଡଲି । ଏହା ପରିବେଶ ଅନୁକୂଳ ହେବା ସହ ଏଥିରେ କମ୍ ଜାଳେଣି ଖର୍ଚ୍ଚ ହେଉଛି ।

ତା ଛଡ଼ା ଏଥିରେ ଅନ୍ତ୍ୟେଷ୍ଟି କ୍ରିୟା କଲେ ଖର୍ଚ୍ଚ ବି କମ୍ ଆସୁଛି । କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଆହୁରି କହିଛନ୍ତି ଯେ; ନୂଆ କରି କରାଯାଇଥିବା ଏହି ଶବଦାହ ସ୍ଥଳ ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି କରାଯାଇଛି ।

ଏହା କୋଭିଡ ଆରମ୍ଭ ହେବା ପୂର୍ବରୁ ହିଁ ଏହା ତିଆରି ହୋଇଥିଲା । ମାତ୍ର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଓ କରୋନା ସାରା ରାଜ୍ୟକୁ ଆତଙ୍କିତ କଲା ପରେ ହିଁ ଏହା କାର୍ଯ୍ୟକ୍ଷମ ହେବା ଆରମ୍ଭ ହୋଇଛି ।

ନୂଆକରି ପ୍ରସ୍ତୁତ କରାଯାଇଥିବା ଏହି ଶବଦାହ ବାକ୍ସ ବାବଦରେ ସୂଚନା ଦେଇ ସେ କହିଛନ୍ତି ଶବଦାହ ବାକ୍ସ ଭିତରେ ମୃତକଙ୍କ ଶବକୁ ରଖାଯିବା ସଙ୍ଗେ ସଙ୍ଗେ ଏହା ମୃତ ଶରୀରକୁ ଗ୍ୟାସ୍ ଚାମ୍ବର ଭିତରକୁ ଟାଣି ନେବ ।

ଥରେ ଶବଦାହ ହେବା ପରେ ଏଥିରୁ ବାହାରୁଥିବା ଗ୍ୟାସ୍ ୨୦ ଫୁଟ୍ ଉପରେ ବାୟୂ ମଣ୍ଡଳରେ ମିଶିଯିବ । ସବୁଠାରୁ ବଡ଼ କଥା ଏହି ନୂତନ ଶବ ଦାହ ଚାମ୍ବର ମୃତକଙ୍କ ଶେଷକୃତ୍ୟ ପରେ ଏହାର ରୀତିନୀତି କରିବା ବେଳେ ସମସ୍ତ ପ୍ରକାର ଧାର୍ମିକ ଓ ଆଧ୍ୟାତ୍ମିକ ବିଶ୍ୱାସର ଯତ୍ନ ନେଉଛି ।

ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓ ସାଧାରଣ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣର ଭୟ ଥିବା ବେଳେ ଏହି ଶବଦାହ କେନ୍ଦ୍ର ଲୋକଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇପାରିଛି ।

କରୋନାରେ ମୃତୁ୍ୟ ହେଉଥିବା ଲୋକଙ୍କ ଶବଦାହ ପାଇଁ ସ୍ଥାନୀୟ ଲୋକେ ବିଭିନ୍ନ ସ୍ଥାନରେ ଆପତ୍ତି ଉଠାଉଥିବା ବେଳେ ବିଇଏମସିର ଏହି ନୂତନ ଶବଦାହ କେନ୍ଦ୍ର କରୋନା ମୃତକଙ୍କ ଶେଷକୃତ୍ୟ କରିବାରେ ସାହାଯ୍ୟ କରୁଛି ।

ବିଇଏମସି କମିଶନର କହିଛନ୍ତି, ସେମାନେ ଏହି ଶବଦାହ କେନ୍ଦ୍ରକୁ ଚଳାଇବାକୁ ଏକ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି । ଶବଦାହର ଉତ୍ତମ ପରିଚାଳନା ପାଇଁ ଦୁଇଜଣ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି ।

ଏହି ବ୍ୟକ୍ତିମାନେ କରୋନା ମୃତକଙ୍କ ଶବକୁ କିପରି ପରିଚାଳନା କରିବେ ସେ ନେଇ ତାଲିମ୍ ଦିଆଯାଇଛି । ତେବେ କରୋନା ମୃତକଙ୍କ ଶବଦାହ ପାଇଁ ଉପରୋକ୍ତ ଏଜେନ୍ସିକୁ ସରକାରୀ ସୂତ୍ରରୁ ଅର୍ଥ ଦିଆଯାଉଛି ।

ତେବେ ଅଣ କରୋନା ମୃତକଙ୍କ ଶବଦାହ ପାଇଁ ସଂପୃକ୍ତ ପରିବାରକୁ ଅର୍ଥ ଦେବାକୁ ପଡୁଛି ।

ଏ ବାବଦରେ ଶବଦାହ କାର୍ଯ୍ୟରେ ନିୟୋଜିତ ଥିବା ପ୍ରଫୁଲ୍ଲ ବେହେରା କହିଛନ୍ତି ଆମକୁ ଶବଦାହ କାମ ପାଇଁ ବିଇଏମସି ପକ୍ଷରୁ ବ୍ୟକ୍ତିଗତ ପ୍ରତିରକ୍ଷ ଉପକରଣ (ପିପିପି) କିଟ୍ ପ୍ରଦାନ କରାଯାଇଛି ।

ଏହି କାମରେ ଦୁଇଜଣ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନେ ନିୟମିତ ବ୍ୟବଧାନରେ ଉପସ୍ଥିତ ରହିବେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

Download LocalWire App for Hyperlocal  Odisha News any time anywhere

 

 

About Hrusikesh Mohanty

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire