ବ୍ରହ୍ମପୁର, ମାର୍ଚ୍ଚ ୨୯ (ଲୋକାଲ ୱାୟାର) ଦୀର୍ଘ ଦୁଇ ବର୍ଷ ପରେ ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ହେଉଥିବା ଆୟୋଜନ କମିଟିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଆଜି ମଧ୍ୟରାତ୍ରରେ ମା’ ବୁଢ଼ୀ ଠାକୁରାଣୀ ବାପ ଘରକୁ ଆସିବେ । ଏହି ପରମ୍ପରା ଅନୁଯାୟୀ ମାଆ ନିଜ ବାପ ଘରେ ଆଜିଠୁ ପ୍ରାୟ ୨୯ ଦିନ ଧରି ରହିବେ ଓ ଏକ ଅସ୍ଥାୟୀ ପୀଠରେ ପୂଜା ପାଇବେ ।
ଅସ୍ଥାୟୀ ପୀଠ ସହିତ ଅନ୍ୟ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ସହର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପାଣି, ଆଲୋକ ପ୍ରମୁଖ ସୁବିଧା କରାଯାଇଥିବା ସହ ଦମକଳ ବିଭାଗ ପକ୍ଷରୁ ସଂପୂର୍ଣ୍ଣ ସହଯୋଗ କରାଯିବ ବୋଲି ମାଆଙ୍କ ବାପା ଦେଶୀ ବେହେରାଙ୍କ କହିଛନ୍ତି।
ନିୟମ ଅନୁସାରେ ବାପା ଅର୍ଥାତ ଦେଶୀ ବେହେରା ମନ୍ଦିରକୁ ଦିନ ସମୟରେ ଆସି ମାଆଙ୍କୁ ଡାକରା ଦେବେ । ରାତିରେ ବାଜା ବାଜଣା, ଢ଼ୋଲ, ତୁରୀ, ଖତ୍ରୀ, ପିଠା, ପଣା ସହ ଭକ୍ତଗଣ ମାଆଙ୍କୁ ପୂଜା କରିବେ ।
ପୂଜା ସମୟରେ ମାଆଙ୍କ ମୁଣ୍ଡରୁ ଫୁଲ ଦେଶୀ ବେହେରାଙ୍କ ହାତରେ ଖସି ପଡିବା ପରେ ହିଁ ମାଆଙ୍କ ଆଜ୍ଞା ମିଳିଥାଏ ଏବଂ ଏହା ପରେ ମାଆଙ୍କୁ ଅସ୍ଥାୟୀ ପୀଠକୁ ଅଣାଯାଏ ।
ସେପଟେ ଦୁଇବର୍ଷରେ ଥରେ ମାଆଙ୍କ ଏଇ ଯାତ୍ରାକୁ ନେଇ ସହରବାସୀ ଉତ୍ସବମୁଖର ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply