ବଲାଙ୍ଗିର, ଡିସେମ୍ବର ୧୦ (ଲୋକାଲ ୱାୟାର): ସ୍ଥାନୀୟ କଳାକାର ଓ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ମଙ୍ଗଳବାର ବଲାଙ୍ଗିର ବ୍ଲକସ୍ତରୀୟ ଲୋକଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବଲାଙ୍ଗିର ବ୍ଲକ୍ ଅଧ୍ୟକ୍ଷ ଗୋଲାପ ବାଗ ଏହାକୁ ଉଦଘାଟନ କରିଥିବାବେଳେ ଆଖପାଖ ଅଂଚଳର ସାତଟି ସାଂସ୍କୃତିକ ଦଳ ଏଥିରେ ସାମିଲ ହୋଇଥିଲେ।
ଏହି ଅବସରରେ କଳାକାରମାନେ ଆଦିବାସୀ ନୃତ୍ୟ ସମେତ ଗଉଡ଼ବାଡ଼ି, ଷୋଳଭରନି, ଗଣ୍ଡବଜା ଓ ଘୋଡ଼ାନାଚ ଭଳି ନୃତ୍ୟ ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମରେ ବଲାଙ୍ଗିର ବ୍ଲକ୍ ଅଂଚଳର ବହୁ ଦର୍ଶକ ଏକାଠି ହୋଇଥିଲେ
ଲୋକାଲ ୱାୟାର
Leave a Reply