ଜଗତସିଂହପୁର, ଜାନୁଆରୀ ୯(ଲୋକାଲ ୱାୟାର): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ଆକାଉଣ୍ଟରୁ ୨.୬୧ କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଛି । ଗତକାଲି ଏ ନେଇ ବାଲିକୁଦା ବିଡିଓ ଥାନାରେ ଏତଲା ଦେଇଛନ୍ତି ।
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ଆସିଥିବା ୨.୫୭ କୋଟି ଟଙ୍କା ବାଲିକୁଦା ବିଡିଓ ଅରିଲୋ ପଂଚାୟତରେ ଥିବା ୟୁନିୟନ ବ୍ୟାଙ୍କ, ସଦେଇପୁର ଶାଖାରେ ଜମା କରିଥିଲେ ।
ସେହିପରି କ୍ରିଟିକାଲ କେୟାର ପାଣ୍ଠିର ୧.୭୫ କୋଟି ଟଙ୍କା ମଧ୍ୟ ବ୍ୟାଙ୍କରେ ଜମା ରହିଥିଲା ।
ତେବେ ଜାନୁୟାରୀ ୩୧, ୨୦୨୦ରେ ଖାତାରେ ୨.୬୧ କୋଟି ଟଙ୍କା କମ୍ ଥିବା ଜଣା ପଡିଥିଲା ।
ବ୍ଲକ ପକ୍ଷରୁ ଏହି ଟଙ୍କା ଉଠାଣ ହୋଇନଥିବା ଜଣାପଡ଼ିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ ଏଫଆଇଆର ଦାଖଲ ହୋଇଛି ।
ଟଙ୍କା ହଡପ ଅଭିଯୋଗ ପାଇବା ପରେ ବାଲିକୁଦା ବିଡିଓଙ୍କୁ ଅଡିଟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।
ଅଡିଟ ରିପୋର୍ଟ ମିଳିବା ପରେ ମାମଲାର ତଦନ୍ତ ଆରମ୍ଭ ହେବ ବୋଲି ବାଲିକୁଦା ଥାନା ଆଇଆଇସି ସର୍ବେଶ୍ୱର ବେହେରା କହିଛନ୍ତି ।
ଲୋକାଲ ୱାୟାର
Leave a Reply