ବାରିପଦା, ସେପ୍ଟେମ୍ବର ୨୭(ଲୋକାଲ ୱାୟାର): ବାରିପଦା ସହରରେ କୋଭିଡ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ବଣିକ ସଂଘ ୭ ଦିନ ସହର ବନ୍ଦ ଘୋଷଣା କରିଛି ।
ତେବେ ବଳପୂର୍ବକ ଦୋକାନବଜାର ବନ୍ଦ କରାଯାଉଥିବା ଅଭିଯୋଗ ନେଇ ରବିବାର ବଣିକ ସଂଘ ଓ ଅନ୍ୟାନ୍ୟ ସଙ୍ଗଠନ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିବା କହିଛନ୍ତି ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ।
ସପ୍ତାହବ୍ୟାପୀ ବନ୍ଦର ପ୍ରଥମ ଦିନରେ ରବିବାର ଅନେକ ବ୍ୟବସାୟୀ ଏଭଳି ନିଷ୍ପତ୍ତି ବିରୋଧରେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣ ରୋକିବାକୁ ସପ୍ତାହନ୍ତ ସଟଡାଉନ କରିଥିଲା । କିନ୍ତୁ ସେଥିରେ ବ୍ୟବସାୟୀମାନେ ବିଶେଷ କ୍ଷତିର ସମ୍ମୁଖୀନ ହୋଇ ନଥିଲେ ।
କିନ୍ତୁ ଏବେ ସପ୍ତାହବ୍ୟାପୀ ବନ୍ଦରେ ବହୁ କ୍ଷତି ହେବ ବୋଲି ସେମାନେ କହିଛନ୍ତି ।
ସେମାନେ କହିଛନ୍ତି, ବଣିକ ସଂଘର ବନ୍ଦ ଡାକରାକୁ ଆମେ ବିରୋଧ କରୁନାହୁଁ । କିନ୍ତୁ ସପ୍ତାହ ବଦଳରେ ଦୁଇ ଦିନ ବନ୍ଦ କରାଯିବାକୁ ଆମେ ପ୍ରସ୍ତାବ ଦେଉଛୁ ।
ସପ୍ତାହେ ବନ୍ଦ ହେଲେ ଛୋଟ ବ୍ୟବସାୟୀ ଓ ରାସ୍ତାକଡ଼ ବେପାରୀମାନଙ୍କ ଆୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ।
ଲୋକାଲ ୱାୟାର
Leave a Reply