ଭୁବନେଶ୍ୱର, ଡିସେମ୍ବର ୬(ଲୋକାଲ ୱାୟାର): ଆରମ୍ଭ ହୋଇଗଲାଣି ବିବାହ ଋତୁ ।
ଅଳ୍ପ ଅତିଥିଙ୍କୁ ନେଇ ହେଉ; ପଛେ ବିବାହ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ।
ହେଲେ ବ୍ୟାଣ୍ଡ ପାର୍ଟି ପ୍ରୋସେସନକୁ ଏଯାଏଁ ଅନୁମତି ମିଳିନି । ତେଣୁ ହାତ ବାନ୍ଧି ବସିଛନ୍ତି ବ୍ୟାଣ୍ଡ ପାର୍ଟି ମାଲିକ ।
ରାଜଧାନୀରେ ଏକ ହଜାରରୁ ଅଧିକ ଡିଜେ ମାଲିକ ଅଛନ୍ତି । ପ୍ରାୟ ୨୫ ହଜାରରୁ ବେଶୀ ଲୋକ ଏଥିରୁ କର୍ମନିଯୁକ୍ତି ପାଇଛନ୍ତି ।
ଓଡ଼ିଶାରେ ୨୫ହଜାରରୁ ଉଦ୍ଧ୍ୱର୍ ଡିଜେ ଏବଂ ବ୍ରାସ୍ ବ୍ୟାଣ୍ଡ୍ ପାର୍ଟିଥିବା ବେଳେ ସେମାନଙ୍କ ପାଖରେ କାମ କରୁଥିବା ପାଖାପାଖି ୨ ଲକ୍ଷ ଲୋକ ଏବେ କାମ ଅଭାବରୁ ବେକାର ।
ବିବାହ ପ୍ରୋସେସନ୍ ପାଇଁ ଏକ ବ୍ୟାଣ୍ଡପାର୍ଟି ଦଳରେ ୫ରୁ ୭ ଜଣ କର୍ମଚାରୀ, ୨୦ରୁ ୩୦ ଜଣ ଲାଇଟ୍ ବଏଙ୍କ ଆବଶ୍ୟକତା ରହିଥାଏ ।
ସେହିପରି ଗ୍ରାହକଙ୍କ ଚାହିଦା ମୁତାବକ ପଞ୍ଜାବୀ ବାଜା, ଢୋଲ ବାଜା, ସିଂହ ବାଜା, ଘଣ୍ଟୁଆ, ଶଙ୍ଖୁଆ ଆଦିଙ୍କୁ ମିଶାଇ ଯଦି କେହି ପ୍ରୋସେସନ୍ କରିବାକୁ ଚାହେଁ ତେବେ ୫୦କର୍ମଚାରୀଙ୍କ ଆବଶ୍ୟକତା ପଡ଼ିଥାଏ ।
ମାତ୍ର ଗତ ୮ ମାସ ହେଲାଣି କରୋନା ଯୋଗୁଁ ପ୍ରୋସେସନ୍ ଦୂରର କଥା ଶଙ୍ଖ ମହୁରୀ ପାଇଁ ବି ଲୋକ ଆସୁନାହାନ୍ତି ।
ବିବାହ ସିଜିନରେ ଅର୍ଥ ଆୟ କରି ଆମେ ବର୍ଷ ଯାକ ଚଳି ଯାଉଥିବା ବେଳେ ଏବେ ଏସବୁ ବି ଆମ ପାଇଁ ସ୍ୱପ୍ନ ବୋଲି କହନ୍ତି ନିକୁଞ୍ଜ ଜେନା ।
ଏ ବାବଦରେ ପରମାନନ୍ଦ ମହାକୁଡ଼ କହନ୍ତି ୨୦୨୦ରେ ମାର୍ଚ୍ଚ ୧୨ ତାରିଖରେ ଥିଲା ଶେଷ ବିବାହ ତାରିଖ ।
ଜୁନ୍ ଜୁଲାଇରେ ଲକଡାଉନ୍, ସଟଡାଉନ୍ ଥିବାରୁ ପ୍ରୋସେସନ୍ ପାଇଁ ଅନୁମତି ନଥିଲା ।
ତେବେ ଡିସେମ୍ବର ୧୧ ତାରିଖ ଚଳିତବର୍ଷର ଶେଷ ବିବାହ ତାରିଖ ହୋଇଥିବାରୁ ସରକାର ଅନୁମତି ଦେଇଥିଲେ ହୁଏତ ଡିଜେ ମାଲିକ ସମେତ ତାଙ୍କ ଉପରେ ନିର୍ଭର କରି ଚଳୁଥିବା କର୍ମଚାରୀମାନେ ଅଳ୍ପ ବହୁତେ ଆଶ୍ୱସ୍ତ ହୁଅନ୍ତେ ।
ଲୋକାଲ ୱାୟାର
Leave a Reply