ଭୁବନେଶ୍ୱର, ଫେବ୍ରୁଆରୀ ୧୫(ଲୋକାଲ ୱାୟାର): ବୟନିକା ଓ ଉତ୍କଳିକାର କଳେବର ସାଙ୍ଗକୁ ଆୟ ବ୍ୟୟ ବଢ଼ିଛି । ସରକାରୀ ତଥ୍ୟ ଅନୁସାରେ ବୟନିକାର ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ୧୧୬.୫୮କୋଟି ଟଙ୍କାର ବିକ୍ରିବଟା କରି ୫୫୦.୩୫ଲକ୍ଷ ଟଙ୍କାର ନେଟ୍ ଲାଭ ଅର୍ଜନ କରିଛି ।
ପୂର୍ବ ବର୍ଷ ଅର୍ଥାତ୍ ୨୦୧୭-୧୮ରେ ବୟନିକା ୧୦୬.୦୫କୋଟି ଟଙ୍କାର ବିକ୍ରିବଟା କରି ୨୫୦.୯୦ଲକ୍ଷ ଟଙ୍କା ନେଟ୍ ଲାଭ ଅର୍ଜନ କରିଥିଲା ।
ବୟନିକାର ୨୦୧୮-୧୯ବର୍ଷର ବିକ୍ରିବଟା ତା’ ପୂର୍ବବର୍ଷଠାରୁ ୧୦.୫୩କୋଟି ଟଙ୍କା ଅଧିକ ।
ବୟନିକାର ରାଜ୍ୟ ଭିତରେ ୩୭ଟି ଓ ରାଜ୍ୟ ବାହାରେ ୬ଟି ବିକ୍ରୟ ଶାଖା ରହିଛି ।
ସେହିପରି ଉତ୍କଳିକା ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୧୬୮.୪୩ଲକ୍ଷ ଟଙ୍କାର ବିକ୍ରିବଟା କରି ୧୦୩.୮୨ଲକ୍ଷ ଟଙ୍କାର ଲାଭ ଅଧିକ କରିଛି ଓ ତାହା ପୂର୍ବ ବର୍ଷଠାରୁ ୧.୮୬ଲକ୍ଷ ଟଙ୍କାର ଲାଭ ଅଧିକ ହୋଇଛି (ପ୍ରୋଭିଜିନାଲ୍ ଆକାଉଣ୍ଟ ମୁତାବକ) ।
ଉତ୍କଳିକାର ରାଜ୍ୟ ଭିତରେ ୧୦ଟି ଏବଂ ରାଜ୍ୟ ବାହାରେ ୬ଟି ବିକ୍ରୟ କେନ୍ଦ୍ର ରହିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଅନୁଗୋଳ, ଭୁବନେଶ୍ୱର ବିମାନବନ୍ଦର ଏବଂ ସମ୍ବଲପୁରଠାରେ ନୂତନ ବିକ୍ରୟ କେନ୍ଦ୍ର ଖୋଲାଯାଇଛି ।
ଲୋକାଲ ୱାୟାର
Leave a Reply