ଭଦ୍ରକ, ମାର୍ଚ୍ଚ ୧୧(ଲୋକାଲ ୱାୟାର): ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କର ୯୦ ବର୍ଷ ବୟସରେ ପରଲୋକ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ।
୧୯୨୯ ଜୁନ ୧୭ରେ ପୁରୁଷାତ୍ତମ ସେଠୀଙ୍କର ଜନ୍ମ ହୋଇଥିଲା । ତାଙ୍କ ବାପାଙ୍କ ନାମ ଗୋପୀନାଥ ସେଠୀ ଓ ମା’ ରଜନୀ ଦେଇ ।
୧୯୫୨ ମସିହାରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ କଂଗ୍ରେସରୁ ବିଧାୟକ ଭାବେ ଭଣ୍ଡାରିପୋଖରୀକୁ ପ୍ରତିନିଧିତ୍ୱ କରିଥିଲେ ।
ବିଭିନ୍ନ ସମୟରେ ସେ ବିଭିନ୍ନ ସାଙ୍ଗନିକ ଦାୟିତ୍ୱରେ ରହିଥିଲେ । ସେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଥିଲେ ।
ରାଜ୍ୟ ଖଦ ବୋର୍ଡ, ଅନୁସୂଚିତ ଜାତି ଓ ଜନଜାତି କର୍ପୋରେସନର ସଦସ୍ୟ ମଧ୍ୟ ରହିଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଲୋକାଲ ୱାୟାର
Leave a Reply